29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶତାଞ୍ଜାନିଆରେ ପ୍ରଳୟଙ୍କରୀ ବନ୍ୟା, ୪୭ ମୃତ

ତାଞ୍ଜାନିଆରେ ପ୍ରଳୟଙ୍କରୀ ବନ୍ୟା, ୪୭ ମୃତ

ଡୋଡୋମା:  ଆଫ୍ରିକୀୟ ରାଷଟ୍ର ତାଞ୍ଜାନିଆରେ ପ୍ରଳୟଙ୍କରୀ ବନ୍ୟା ଦେଖାଦେଇଛି । ଶନିବାରଠାରୁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଭୂସ୍ଖଳନ ଘଟି କାଟେସ୍ ସହରରେ ୪୭ ଜଣ ପ୍ରାଣ ହରାଇଛନ୍ତି । ଆହତ ୮୫ ଜଣଙ୍କ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାର ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଉପୁଜିଛି । ରାଷ୍ଟ୍ରପତି ସାମିଆ ସୁଲୁହୁ ହାସାନ୍ ସଂପ୍ରତି ଦୁବାଇ ଗସ୍ତରେ ଯାଇଥିବାବେଳେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣଇଛନ୍ତି । ଚଳିତବର୍ଷ ପ୍ରାରମ୍ଭରେ ତାଞ୍ଜାନିଆରେ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ଦେଖାଦେଇଥିଲା ।

ତେବେ ଏଲ୍‌-ନିନୋ ପ୍ରଭାବରେ ଏଠାରେ ବର୍ତ୍ତମାନ ପ୍ରବଳ ବର୍ଷା ଆରମ୍ଭ ହୋଇଥିବା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତଭାବେ ଅନ୍ୟତ୍ର ସ୍ଥାନାନ୍ତର କରିବା ଏବଂ ବନ୍ୟା ପୀଡିତଙ୍କୁ ରିଲିଫ୍ ଯୋଗାଇଦେବାକୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking