25.1 C
Bhubaneswar
Thursday, February 29, 2024
Homeଦେଶ ବିଦେଶମଣିପୁରରେ ସାନି ହିଂସା, ୧୩ ମୃତ

ମଣିପୁରରେ ସାନି ହିଂସା, ୧୩ ମୃତ

ଇମ୍ପାଲ: ମଣିପୁରରେ ପୁଣି ସାନି ହିଂସା ଦେଖିବାକୁ ମିଳିଛି । ସୋମବାର ଟେଙ୍ଗନୌପାଲ ଜିଲ୍ଲାରେ ଦୁଇ ଉଗ୍ରବାଦୀ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିବା ଜଣାପଡିଛି । ଫଳରେ ୧୩ ଜଣ ପ୍ରାଣ ହରାଇଥିବାବେଳେ ୨୩ ଜଣ ଆହତ ହୋଇଛନ୍ତି । ସଂଘର୍ଷ ସ୍ଥଳରୁ ପ୍ରାୟ ୧୦ କିମି ଦୂରରେ ନିରାପତ୍ତାରକ୍ଷୀଙ୍କ ଶିବିର ଥିବା ସତ୍ତ୍ୱେ ସେମାନେ ହିଂସାକୁ ରୋକିବାରେ ସଫଳ ହୋଇପାରିନାହାନ୍ତି । ସୁରକ୍ଷାକର୍ମୀ ଲେଇଥୁ ଗ୍ରାମରେ ପହଞ୍ଚିବା ସମୟରେ ଗଣ୍ଡଗୋଳକାରୀମାନେ ଚମ୍ପଟ ମାରିଥିବାବେଳେ ଘଟଣାସ୍ଥଳରୁ ୧୩ଟି ମୃତଦେହ ଉଦ୍ଧାର କରାଯାଇଛି ।

ତେବେ ମୃତକଙ୍କ ନିକଟରେ କୌଣସି ଅସ୍ତ୍ରଶସ୍ତ୍ର ଦେଖିବାକୁ ମିଳିନଥିଲା । ଫଳରେ ଏହି ସଂଘର୍ଷରେ ସାଧାରଣ ଲୋକେ ପ୍ରାଣ ହରାଇଛନ୍ତି ବୋଲି ଅନୁମାନ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଚଳିତବର୍ଷ ମେ’ ୩ରୁ ମଣିପୁରରେ ମୈତେଇ ଓ କୁକି ସଂପ୍ରଦାୟ ମଧ୍ୟରେ ଜାତିଗତ ହିଂସାର ସୂତ୍ରପାତ ହୋଇଛି । ଏପର୍ଯ୍ୟନ୍ତ ୧୮୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକ ଲକ୍ଷ ଲୋକ ବାସଚ୍ୟୁତ ହୋଇସାରିଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking