35.1 C
Bhubaneswar
Sunday, May 10, 2026
Homeଦେଶ ବିଦେଶଆସାମରେ ବନ୍ୟା ; ଅନେକ ଜିଲ୍ଲା ଜଳମଗ୍ନ

ଆସାମରେ ବନ୍ୟା ; ଅନେକ ଜିଲ୍ଲା ଜଳମଗ୍ନ

ଗୁଆହାଟୀ : ଆସାମରେ ବନ୍ୟା । ଫଳରେ ଜଳସ୍ତର ବଢ଼ିବାରେ ଲାଗିଛି। ଏହି କାରଣରୁ କାଜୀରଙ୍ଗା ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣର ୨୩୩ ବନ ଶିବିର ମଧ୍ୟରୁ ୨୬ ପ୍ରତିଶତରୁ ଅଧିକ ପ୍ରଭାବିତ ହୋଇଛି। ଆସାମରେ ବର୍ଷା ଯୋଗୁଁ ଅନେକ ଜିଲ୍ଲା ଜଳମଗ୍ନ ହୋଇଛି। ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମଣିଷଙ୍କ ବ୍ୟତୀତ ପଶୁପକ୍ଷୀମାନେ ମଧ୍ୟ କଷ୍ଟ ଭୋଗୁଛନ୍ତି। ବନ୍ୟପ୍ରାଣୀମାନେ ଜୀବନ ବଞ୍ଚାଇବା ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି। ପୂର୍ବ କାର୍ବୀ ଆଙ୍ଗଲୋଙ୍ଗ ଜିଲ୍ଲାରେ ଦକ୍ଷିଣାଞ୍ଚଳରେ ଥିବା ଉଚ୍ଚସ୍ଥାନ ଖୋଜୁଛନ୍ତି। ଏହି ଅଞ୍ଚଳରେ ବଡ଼ ସଂଖ୍ୟାରେ ବନ୍ୟପ୍ରାଣୀ ୭୧୫ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କାଜୀରଂଗା ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣରେ ମୋଟ ୬୧ଟି ବନ ଶିବିର ବନ୍ୟା ପାଣିରେ ବୁଡ଼ିଛି। ଏଥିରେ କୁହାଯାଇଛି ଯେ, ଅଗୋରାଟୋଲୀ ରେଞ୍ଜରେ ୨୨, କାଜୀରଂଗାରେ ୧୦, ବାଗୋରୀରେ ୮, ବୁରହାପହାଡ ରେଞ୍ଜରେ ୫ ଓ ବୋକାଖାଟରେ ୬ ଶିବିର ଜଳମଗ୍ନ ହୋଇଛି। ରିପୋର୍ଟ ଅନୁସାରେ ରାଷ୍ଟ୍ରୀୟ ଉଦ୍ୟାନର ବିଶ୍ବନାଥ ବନ୍ୟପ୍ରାଣୀ ଉପଖଣ୍ଡରେ ୧୦ ଶିବିର ଜଳମଗ୍ନ ହୋଇଛି। କାଜୀରଙ୍ଗା ଜାତୀୟ ଉଦ୍ୟାନ ଦେଇ ଯାଇଥିବା ୭୧୫ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସିଆରପିସି ଧାରା ୧୪୪ ବଳରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଗୋଲାଘାଟ ଜିଲ୍ଲା ପ୍ରଶାସନ ମାର୍ଗଦର୍ଶିକା ଜାରି କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking