28.1 C
Bhubaneswar
Tuesday, July 8, 2025
Homeବ୍ରେକୀଙ୍ଗକୋରେଇ ବ୍ଲକରେ ବନ୍ୟା ପରିସ୍ଥିତି ବେହାଲ, ୪୦ଟି ଗ୍ରାମ ଜଳମଗ୍ନ, ବିଧାୟକ ଙ୍କ ବନ୍ୟା ସମୀକ୍ଷା

କୋରେଇ ବ୍ଲକରେ ବନ୍ୟା ପରିସ୍ଥିତି ବେହାଲ, ୪୦ଟି ଗ୍ରାମ ଜଳମଗ୍ନ, ବିଧାୟକ ଙ୍କ ବନ୍ୟା ସମୀକ୍ଷା

ଯାଜପୁର : ଯାଜପୁର ଜିଲ୍ଲାର କୋରେଇ ବ୍ଲକ ର ବୈତରଣୀ, ଖରସ୍ରୋତା ନଦୀର ବନ୍ୟାରେ ୧୦ଟି ପଞ୍ଚାୟତ ବ୍ୟାପକ କ୍ଷତି ଘଟାଇଛି । ବୈତରଣୀ ନଦୀ ଅସନଝର, ମକୁନ୍ଦପୁର, ରଣପୁର, ଗୌରପୁର, ବନ୍ଦଳ, ଆମ୍ବରୁତିଆ, ମୂଳାପାଳ ରେ ବନ୍ୟା ଜଳ ତାଣ୍ଡବ ଲୀଳା ସାଜିଥିବା ବେଳେ ଖରସ୍ରୋତା ନଦୀରେ ବଡ଼ବିରୁହାଁ, ତଣ୍ଡରା, ଗଳେଇପୁର, ପଥରପଦା, ପହଙ୍ଗ, ଟିକରପଡା ପ୍ରଭୃତି ପଞ୍ଚାୟତ ପାଣି ଘେରରେ ରହିଛି । ଲୋକମାନେ ବାହାରକୁ ବାହାରି ପାରୁନାହାନ୍ତି । 2ଦିନ ବନ୍ୟା ଜଳ ରହିବା ପରେ ବୋଟ ଯୋଗାଇ ଦିଆଯାଇଛି । ଗୋଳେଇ ପୁର ପଞ୍ଚାୟତ ର 17ଟି ଗ୍ରାମ ପାଣି ଘେରରେ ରହିଛି । କରୋନା ମହାମାରୀ ବିପତ୍ତି ସାଜିଥିବା ବେଳେ ବନ୍ୟା ଲୋକମାନଙ୍କୁ ଅସ୍ତ ବ୍ୟସ୍ତ କରିଛି । ଏହି ବ୍ଲକ ର 30ହଜାର ଲୋକ ପାଣି ଘେରରେ ରହିଛନ୍ତି ଏବଂ ରାସ୍ତା ଘାଟ ଗୁଡିକ ବିଛିନ୍ନ ହୋଇପଡିଛି । ସରକାରୀ ରିଲିଫ ପହଂଚି ପାରି ନଥିବାବେଳେ କଂଗ୍ରେସ ର କୋରେଇ ବିଧାନସଭା ପ୍ରାର୍ଥୀନୀ ଶ୍ରୀମତୀ ବନ୍ଦିତା ପରିଡା ମକୁନ୍ଦ ପୁର, ଅସନଝର, ଗୌରପୁର, ରଣପୁର ପ୍ରଭୃତି ପଞ୍ଚାୟତ କୁ ବୋଟ ଯୋଗେ ଯାଇ ଶୁଖିଲା ଖାଦ୍ୟ ପଦାର୍ଥ ଯୋଗାଇ ଦେଇଛନ୍ତି । ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ, କୋରେଇ ବିଧାୟକ ଅଶୋକ କୁମାର ବଳ, ଯାଜପୁର ଏମ ପି ଶର୍ମିଷ୍ଠା ସେଠୀ, ଜିଲ୍ଲା ବି ଜେ ଡି ସଭାପତି ପ୍ରତାପ ମହାନ୍ତି, ତାରକ ମହାନ୍ତି, ଯୁବ ନେତା ପ୍ରୀତି ରଞ୍ଜନ ସାହୁ ପ୍ରମୁଖ ଗଳେଇପୁର ପଞ୍ଚାୟତ ବୋଟ ରେ ଯାଇ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଆଜି ଠାରୁ ଅସ୍ଥାୟୀ ରିଲିଫ ସେଣ୍ଟର ରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି !ସୁକିନ୍ଦା ବିଧାୟକ ଚାଉଳ, ଡାଲି ବିପନ୍ନ ଅଞ୍ଚଳ କୁ ପଠାଇଥିଲେ । ସେହିପରି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ କୋରେଇ ବ୍ଲକର ମୂଳାପାଳ ଓ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ସମସ୍ୟା ବୁଝି ରିଲିଫ ପରିଚାଳନା କରିବା ପାଇଁ କୋରେଇ ବି ଡି ଓ ଶ୍ଵେତା ସିଂଗ୍ଧ ଙ୍କ ସହିତ ଆଲୋଚନା କରିଛନ୍ତି । କୋରେଇ ବିଧାୟକ ଅଶୋକ କୁମାର ବଳ କୋରେଇ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବନ୍ୟା ପରିସ୍ଥିତି ର ସମୀକ୍ଷା କରିଥିଲେ । ଲୋକମାନଙ୍କୁ ବୋଟ ଓ ରିଲିଫ ଯୋଗାଇବା, ବିପନ୍ନ ମାନଙ୍କୁ ଉଦ୍ଧାର କରି ଅସ୍ଥାୟୀ ଶିବିରରେ ରଖି ରନ୍ଧା ଖାଦ୍ୟ ଯୋଗାଇବା ସମ୍ପର୍କରେ ଶ୍ରୀ ବଳ ଆଲୋଚନା କରିଥିଲେ । ସେ ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନ କରି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏହି ବନ୍ୟାରେ 5ହଜାର ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡି ରହିଛି ବନ୍ଦାଳ ପଞ୍ଚାୟତ ର ଚତୁର୍ପାଶ୍ୱରେ ବନ୍ୟା ପାଣିରେ ଲହରୀ ଭାଙ୍ଗୁ ଥିବାରୁ ବୋଟ ଯୋଗେ ଯିବା ସମ୍ଭବପର ହେଉନାହିଁ । ଏମ ପି ଶ୍ରୀମତୀ ସେଠୀ, ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଯାଜପୁର ଜିଲ୍ଲାର ବନ୍ୟାଞ୍ଚଳ କୁ ମଟର ସାଇକେଲ ଯୋଗେ ଗସ୍ତ କରିଥିଲେ । କରୋନା ମହାମାରୀ ଓ ବନ୍ୟା, ଲୋକମାନଙ୍କ ଉପରେ ଦାଉ ସାଧୁଛି, ଗ୍ରାମାଞ୍ଚଳ ରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ତୁରନ୍ତ ରିଲିଫ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ଅସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି, ଶ୍ରମିକ ନେତା ପରମାନନ୍ଦ ସେଠୀ, ବରିଷ୍ଠ କଂଗ୍ରେସ ନେତା ହରେକୃଷ୍ଣ ସାହୁ, ଅସଂଗଠିତ ଶ୍ରମିକ କଂଗ୍ରେସ ର କୋରେଇ ସଭାପତି ଅଜୟ କୁମାର ଦାସ ପ୍ରମୁଖ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking