ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜାପାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସିଞ୍ଜୋ ଆବେ । ଇସ୍ତଫା ନେଇ ସମ୍ବାଦ ସରବରାହ ସଂସ୍ଥା ରଏଟରରୁ ସୂଚନା ମିଳିଛି । ତେବେ  ଦୀର୍ଘଦିନ ଧରି ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବାରୁ ଇସ୍ତଫା ନିଷ୍ପତ୍ତି ନେଇଛନ୍ତି ସିଞ୍ଜୋ । ସ୍ୱାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ସେ ନିକଟରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହି କାରଣରୁ ସେ କାମରେ ଧ୍ୟାନ ଦେଇପାରୁ ନାହାନ୍ତି । ବାରମ୍ବାର ତାଙ୍କର ସ୍ୱାସ୍ଥ୍ୟ ଖରାପ ହେଉଥିବାରୁ ସେ ମେଡିକାଲ ରେ ଭର୍ତି ହେଉଥିଲେ ।  ଯାହା ଫଳରେ ସେ କାମକୁ ଠିକ ଭାବରେ ତୁଲାଇ ପାରୁନଥିଲେ ।  ସବୁ ଦୃଷ୍ଟି କୋଣ ରୁ ଚିନ୍ତା କରି ସେ ଇସ୍ତଫା ପ୍ରଦାନ କରିଥିବା ସୂଚନା ମିଳିଛି ।  ତାଙ୍କର କାର୍ଯ୍ୟକାଳ ୨୦୨୧ ମସିହା ସେପ୍ଟେମ୍ବର ପର୍ଯ୍ୟନ୍ତ ରରହିଥିଲେ ବି ସେ ଇସ୍ତଫା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here