ରାଜେନ୍ଦ୍ର କଲେଜ ବିଶୋଧିକାରଣ ପାଇଁ ଦାବୀ ଜଣାଇଲା ଛାତ୍ର କଂଗ୍ରେସ

ବଲାଙ୍ଗିର: ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ରାଜେନ୍ଦ୍ର କଲେଜ ର ସମ୍ପୂର୍ଣ ବିଶୋଧିକରଣ ପାଇଁ ପୌର ଅଧିକାରୀ ବିପିନ ଦୀପ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି । ଆଗାମୀ ଦିନରେ ବିଭିନ୍ନ ଶ୍ରେଣୀ ପାଇଁ ଏଡ଼ମିଶନ ତଥା ପରୀକ୍ଷା ସ୍ଥିର ହୋଇସାରିଥିବା ବେଳେ ଏଯାଏଁ କଲେଜ ବିଶୋ ଧିକରଣ ନ ହୋଇ ପାରିବା ଛାତ୍ର ଛାତ୍ରୀ ମାନଙ୍କ ପକ୍ଷେ ଘାତକ ହେବ ବୋଲି ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ସହର ରେ କରନା ମୁକାବିଲା ପାଇଁ ବିଭିନ ଚକିତ୍ସା କେନ୍ଦ୍ର ତଥା ସଙ୍ଗରୋଧ କେନ୍ଦ୍ର ମାନ ଖୋଲାଯାଇଥିଲା । ସେହି କ୍ରମରେ ରାଜେନ୍ଦ୍ର କଲେଜ ର ତିନୋଟି ଛାତ୍ରାବାସକୁ ମଧ୍ୟ ଏହି କାମରେ ବ୍ୟବହାର କରାଯାଇଥିଲା । ଆଜି ଯାଏଁ ଏହାକୁ ବିଶୋଧନ କରାଯାଇ ନାହିଁ । ତେବେ ଆଗାମୀ ଦିନରେ ବିଭିନ୍ନ ଶ୍ରେଣୀ ର ପରୀକ୍ଷା ଓ ଏଡ଼ମିଶନ ଥିବା ବେଳେ ଅନେକ ଛାତ୍ର ଛାତ୍ରୀ ଏଥିରେ ଭାଗ ନେବେ । ଯଦି ଏହା ପୂର୍ବରୁ ତିନୋଟି ଯାକ ଛାତ୍ରାବାସ ଓ କଲେଜ ର ବିଶୋଧନ କରା ନଯାଏ ତେବେ ସେମାନେ କରନା ମହାମାରୀ ରେ ଗ୍ରାସିତ ହେବ ଯଥେଷ୍ଟ ଆଶଙ୍କା ରହିଛି । ଯାହା ଉକ୍ତ ଛାତ୍ର ଛାତ୍ରୀ, ଅଭିଭାବକ ତଥା କଲେଜ କର୍ମଚାରୀଙ୍କ ପାଇଁ ଘାତକ ହେବ । ତେଣୁ ଯଥା ଶୀଘ୍ର ତିନୋଟି ଯାକ ଛାତ୍ରାବାସ ଓ କଲେଜ ର ସମ୍ପୂର୍ଣ୍ଣ ବିଶୋ ଧିକରଣ ଆବଶ୍ୟକ ବୋଲି ଛାତ୍ର କଂଗ୍ରେସ ଦାବୀ କରିଛି । ଏହି ଅବସରରେ ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ଙ୍କ ସମେତ ଅଜିତ ମହନନ୍ଦ, ସୁମିତ ପଟନାୟକ, ରୋଶନ ମିଶ୍ର, ଟୁଲୁ ସେନ, ଗୋବିନ୍ଦ ଜାଲ, ସୁମନ୍ତ ବିଭାର, ନିରଞ୍ଜନ ମିଶ୍ର ଓ ହରିଷ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here