40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବନ୍ୟାରେ ବିଂଝାରପୁର ବ୍ଲକରେ ଚାଷୀ ମାନଙ୍କର ବ୍ୟାପକ କ୍ଷୟକ୍ଷତି

ବନ୍ୟାରେ ବିଂଝାରପୁର ବ୍ଲକରେ ଚାଷୀ ମାନଙ୍କର ବ୍ୟାପକ କ୍ଷୟକ୍ଷତି

ଯାଜପୁର : ଗତ ବନ୍ୟାରେ ଯାଜପୁର ଜିଲା ବିଂଝାରପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବିଶେଷକରି ଚାଷୀ ମାନଙ୍କର ସବୁକିଛି ଉଜୁଡିଯାଇଛି । ଧାନ ଚାଷ ଠାରୁ ଆରମ୍ଭ କରି ପନିପାରିବା ଚାଷ ପର୍ଯ୍ୟନ୍ତ ସବୁକିଛି ଛାରକାର କରିଦେଇଛି ପ୍ରଳୟଙ୍କରି ବନ୍ୟା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଚନ୍ଦ୍ରମୁଁ ଏବଂ ରଣପୁର ପଂଚାୟତର ଚାଷ ଜମି । ଆଉ ଦିନ କେଇଟା ପରେ ଅମଳ ହୋଇଥାନ୍ତା ବିଓଳି ଧାନ । କିନ୍ତୁ ଚଳିତ ବର୍ଷର ମହାବନ୍ୟା ଯୋଗୁଁ ଭାଂଗିଯାଇଛି ଚାଷୀଙ୍କ ମେରୁଦଣ୍ଡ । ଦୀର୍ଘଦିନ ଧରି ବନ୍ୟା ଜଳରେ ସୁନାର ପଂସଲ ବୁଡି ରହିବା ପଂଳରେ ସବୁ କିଛି ନଷ୍ଟ ହୋଇଯାଇଛି । ଏପରିକି ବିହନ ମିଳିବାର ମଧ୍ୟ ସମ୍ଭାବନା ନାହିଁ । ହେକ୍ଟର ହେକ୍ଟର ଚାଷ ଜମି ସଂପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ଚାଷୀ । ଧାର କରଜ ନେଇ ଚାଷୀ କରିଥିବା ସୁନାର ପଂସଲ ଏବେ ମାଟିରେ ମିଶିଯାଇଛି ।

ନିଜର ଋଣ କୁ କିପରି ଶୁଝିବ ତାକୁ ନେଇ ଚିନ୍ତାରେ ଚାଷୀ । ସେପଟେ ଉଭୟ ପଂଚାୟତର ୧୧୫୦ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ସ୍ୱିକାର କରିଛନ୍ତି ବ୍ଲକ କୃଷି ଅଧିକାରୀ । ସରକାରଙ୍କୁ ରିପୋର୍ଟ ପ୍ରଦାନ ପରେ ଇନପୁଟ ସବସିଡି ମିଳିବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି । ଏଥିସହିତ ଉଭୟ ପଂଚାୟତର ଚାଷୀ ମାନଙ୍କର ବ୍ୟକ୍ତିଗତ କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ ହେଉଛି ଏବଂ ଏହାକୁ ରାଜ୍ୟସରକାରଙ୍କୁ ପ୍ରଦାନ କରାଯିବ ଏବଂ କ୍ଷତିପୁରଣ ମିଳିବ ବୋଲି ପ୍ରତିଶୃତି ମିଳିିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking