29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗସଚେତନତା ସହ ମାସ୍କ ବାଣ୍ଟିଲେ ଯୁବଗୋଷ୍ଠୀ

ସଚେତନତା ସହ ମାସ୍କ ବାଣ୍ଟିଲେ ଯୁବଗୋଷ୍ଠୀ

କେନ୍ଦୁଝର: ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ନିୟମାବଳୀ ମାନ ଲାଗୁ କରିଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ ବଜାୟ ରଖିବାକୁ ପ୍ରଶାସନ ଅନୁରୋଧ ମଧ୍ୟ କରୁଛି । କିନ୍ତୁ ଏହି ନିୟମକୁ ବହୁ ସମୟରେ ସାଧାରଣ ଲୋକେ ଅଣଦେଖା କରାଯାଉଥିବା ଦେଖା ଯାଉଛି । ସନ୍ଧ୍ୟାରେ କେନ୍ଦୁଝର ସହରର ବିଭିନ୍ନ ଦୋକାନ, ବଜାରରେ ଭିଡ଼ ପରିଲକ୍ଷିତ ହେଉଛି । ଏହି ଭିଡ଼କୁ କମେଇବା ପାଇଁ ବାରମ୍ବାର ତାଗିଦ କରାଯାଉଥିଲେ ମଧ୍ୟ ଲୋକେ ମାନୁ ନଥିବାରୁ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି ।

ଯେଉଁ ଦୋକାନୀ ମାନେ ମାସ୍କ କି ସାମାଜିକ ଦୂରତ୍ୱ ନିୟମ ମାନୁ ନାହାନ୍ତି ତାଙ୍କୁ ଫାଇନ କରୁଛି । ଏହା ସହ ଯେଉଁ ଦୋକାନୀ ମାନେ ଏହାର ଖିଲାପି କରୁଛନ୍ତି ତାଙ୍କ ଦୋକାନ ମଧ୍ୟ ସିଲ କରିଛି । ଏହି ଅମାନିଆ ଲୋକଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡିଛନ୍ତି ଯୁବଗୋଷ୍ଠୀ । ଆଜି ରବିବାର କେନ୍ଦୁଝର ସହରର କୃଷକ ବଜାରରେ ଇଣ୍ଡିଆନ ବାଇ ବାର୍ଥ ଯୁବ ସଂଗଠନ କେନ୍ଦୁଝର ଶାଖା ପକ୍ଷରୁ ଏହି ଅମାନିଆଙ୍କୁ ମାସ୍କ ବାଣ୍ଟିଛନ୍ତି ସଂଗଠନ ର ସ୍ୱେଚ୍ଛାସେବୀ ମାନେ । ଯେଉଁ ପରିବା ଦୋକାନୀ କି ଗ୍ରାହକ ମାସ୍କ ପିନ୍ଧି ନଥିଲେ ତାଙ୍କୁ ସଚେତନ କରିବା ସହ ମାସ୍କ ପିନ୍ଧାଇଥିଲେ ଯୁବ ସଂଗଠନର ସ୍ୱେଚ୍ଛାସେବୀ ମାନେ । ଆଗାମୀ ଦିନରେ ଏଭଳି ଏଭଳି ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି। କେନ୍ଦୁଝର ରୁ ଅନିଲ ନନ୍ଦ ଙ୍କ ରିପୋର୍ଟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking