28.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗଝାରସୁଗଡ଼ାରୁ ମୁମ୍ବାଇକୁ ବିମାନ ଚଳାଚଳ ଆରମ୍ଭ

ଝାରସୁଗଡ଼ାରୁ ମୁମ୍ବାଇକୁ ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ୱର : ଆଜିଠୁ ଝାରସୁଗଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ଚଳାଚଳ ଆରମ୍ଭ ହୋଇଛି । ଏଥିପାଇଁ ଝାରସୁଗଡ଼ାର ବିର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦିନ ୧୨ . ୩୦ ରେ ମୁମ୍ବାଇରୁ ବୋଇଂ ୭୩୭ ବିମାନ ଆସି ଝାରସୁଗଡ଼ା ପହଞ୍ଚିବ । ଦିନ ପ୍ରାୟ ୧ଟା ବେଳକୁ ବିମାନ ଟି ବାଙ୍ଗାଲୋରକୁ ଯାତ୍ରା କରିବ । ସେହିପରି ଭାବରେ ସନ୍ଧ୍ୟା ୫ ଟା ୪୦ ସମୟରେ ବିମାନଟି ବାଙ୍ଗାଲୋରରୁ ଆସି ଝାରସୁଗଡ଼ା ପହଞ୍ଚିବ  ଏବଂ ସଂନ୍ଧ୍ୟା ୬ ଟା ୧୦ମିନିଟିରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ । ସ୍ୱତନ୍ତ୍ର ସ୍ପାଇସ ଜେଟ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯାଇଛି ।  ତେବେ ବିମାନଟି ମୁମ୍ବାଇରୁ ଆସି ଝାରସୁଗଡ଼ା ପହଞ୍ଚିବା ପରେ ୱାଟର ସାଲ୍ୟୁଟ ଦିଆଯିବା କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking