32.1 C
Bhubaneswar
Friday, May 3, 2024
Homeଓଡିଶାଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ପହିଲି ଭୋଗ

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ : ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ପାଳିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଆଜିଠୁ ଆରମ୍ଭ ପହିଲି ଭୋଗ । ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ଯାଏଁ ସକାଳର ଗୋପାଳବଲ୍ଲଭ ଭୋଗ ସହିତ ପହିଲି ଭୋଗ ଅନୁଷ୍ଠିତ ହୋଇଥାଏ ।

ପହିଲି ଭୋଗରେ ଲାଗୁ ହେଉଥିବା ପିଠା ଗୁଡିକ ହେଉଛି ବଡ ଝିଲି, ଦରସୁଆ ବଡି, ଦରସୁଆ ଝିଲି, ବଡ ବଡା, କାକେରି,ସାନ ଅମାଲୁ,ନଳୀ, କାକେରା, ଆରେସା, ମୁଗେଇ ଏଣ୍ଡୁରୀ, ନଡୁ, ଖଜା, ଖଇର ଚୂଳ, ମଣ୍ଡା, ଚୂଡା ପୁଆ, ବଡି କଣ୍ଟେଇ ଆଦି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking