29.1 C
Bhubaneswar
Sunday, July 13, 2025
Homeଦେଶ ବିଦେଶମୁମ୍ବାଇରେ ଅଗ୍ନିକାଣ୍ଡ : ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ମୁମ୍ବାଇରେ ଅଗ୍ନିକାଣ୍ଡ : ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ମୁମ୍ବାଇ: ମୁମ୍ବାଇର ତାରଦେଭସ୍ଥିତ କମଲା ବିଲ୍ଡିଂର ୨୦ ମହଲା ବିଲ୍ଡିଂରେ ଭୀଷଣ ନିଆଁ ଲାଗିଯାଇଛି । ନିଆଁରେ ଜଳିଯାଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ବ୍ୟତୀତ ୧୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଛି । ନିଆଁ ବିଲିଡିଂର ୧୮ ମହଲା ଲାଗିଥିବା ଜଣାପଡିଛି। ମୁମ୍ବାଇର ତାଡଦେବ ଅଞ୍ଚଳରେ ଏହି ଘଟଣା ଘଟିଛି। କମଲା ବିଲିଡିଂର ୧୮ ମହଲାରେ ଲାଗିଥିବା ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୭ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଘଟଣାରେ ମୃତକଙ୍କ ସଂଖ୍ୟା ହୁଏତ ବୃଦ୍ଧି ପାଇପାରେ। ନିଆଁ ଲାଗିବା ଖବର ଶୁଣି ଘଟଣା ସ୍ଥଳରେ ଦମକଳ ବାହିନୀ ଟିମ୍‌ ପହଞ୍ଚି ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏହି ନିଆଁକୁ ଆୟତ୍ତ କରିବା ପାଇଁ ୧୨ଟି ଦମକଳ ବାହିନୀ ଗାଡି ନିୟୋଜିତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking