39.4 C
Bhubaneswar
Thursday, April 18, 2024
Homeଓଡିଶାମୌଳିକ ସୁବିଧାରୁ ବଞ୍ଚିତ ତାଳପଦା ପଞ୍ଚାୟତର ଦୁଇ ସାହି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କରିବେ ଭୋଟ...

ମୌଳିକ ସୁବିଧାରୁ ବଞ୍ଚିତ ତାଳପଦା ପଞ୍ଚାୟତର ଦୁଇ ସାହି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କରିବେ ଭୋଟ ବର୍ଜନ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ତାଳପଦା ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନର୍ବାଚନରେ ଭୋଟ ବର୍ଜନ ପାଇଁ ନିଷ୍ପତି ନେଇଛନ୍ତି ତାଳପଦା ଗାଁ ମୁଣ୍ଡା ସାହି ଓ ଗୁରମୁ ଗାଁ ଚାନ୍ଦପଶି ସାହିର ଲୋକେ । ବିଗତ ୮୦ ବର୍ଷ ଧରି ଏମାନେ ଉକ୍ତ ପଞ୍ଚାୟତ ରେ ବସବାସ କରୁଥିବା ବେଳେ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି ଲୋକେ। ସାହିକୁ ରାସ୍ତା ନଥିବା ବେଳେ ଗୁରୁତର ରୋଗୀ କିମ୍ବା ଗର୍ଭବତୀ ମା ଙ୍କୁ ମେଡିକାଲ ଆଣିବାକୁ ହେଲେ ଖଟିଆରେ ବୋହିବାକୁ ପଡିଥାଏ । ସେପଟେ ବର୍ଷା ଚାରିମାସ କଥା କହିଲେ ନସରେ ଜଳବନ୍ଦୀ ଜୀବନ ଯାପନ କରନ୍ତି ତିନିସାହିର ଲୋକମାନେ ।

ସାହି ରାସ୍ତାରେ ଥିବା ନାଳରେ ପୋଲର ବ୍ୟବସ୍ଥା ନଥିବାରୁ ବର୍ଷା ଦିନରେ ପିଲାମାନେ ପାଠ ପଢାରୁ ବଞ୍ଚିତ ହୋଇଥାନ୍ତି । ସେପଟେ ସାହିରେ ଗୋଟିଏ ନଳକୂପ ଥିବାବେଳେ ସେଥିରୁ ପାଣି ବାହାରୁ ନଥିବାରୁ ୧ କିଲୋମିଟର ଦ୍ବରରେ ଥିବା ନାଳର ଦୁଷିତ ଜଳକୁ ପାନୀୟଜଳ ଭାବେ ବ୍ୟବହାର କରିଥାନ୍ତି ଲୋକେ । ଭୋଟ ସମୟରେ ରାସ୍ତା ,ପାନୀୟଜଳ, ବ୍ୟବସ୍ଥା କରିଦେବା କହୁଥିବା ନେତା ଭୋଟ ସରିଲେ ସାହିକୁ ତାଙ୍କର ଦେଖା ମିଳିନଥାଏ। ସମସ୍ୟାକୁ ନେଇ ବ୍ଲକ ଅଫିସକୁ ଦୌଡ଼ି ଦୌଡ଼ି ଲୋକେ ନୟାନ୍ତ ହେଲେ ମଧ୍ୟ ତାଙ୍କ କଥା ଶୁଣୁଛି କିଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking