28.1 C
Bhubaneswar
Thursday, May 2, 2024
Homeକରୋନାକୋଭିଡ ହସ୍ପିଟାଲରେ ନିଆଁ ଲାଗି ୧୬ ମୃତ, ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା...

କୋଭିଡ ହସ୍ପିଟାଲରେ ନିଆଁ ଲାଗି ୧୬ ମୃତ, ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଗୁଜୁରାଟ: ଗୁଜୁରାଟର ଭରୁଚରେ ଏକ ହସ୍ପିଟାଲରେ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗିବା ଫଳରେ ଅତି କମରେ ୧୪ ଜଣ କରୋନା ରୋଗୀ ଓ ୨ ଷ୍ଟାଫ ନର୍ସଙ୍କ ମୃତ୍ୟୁ ହୋଇଛି । ୱେଲ ଫେୟାର ହସ୍ପିଟାଲର ୪ ମହଲାରେ ବିଳମ୍ବିତ ରାତି ପ୍ରାୟ ୧ଟାରେ ଏହି ଅଗ୍ନିକାଣ୍ଡ ଘଟିବା ସମୟରେ ପାଖାପାଖି ଅନ୍ୟ ୫୦ ରୋଗୀ ଥିଲେ । ଯାହାକୁ ସ୍ଥାନୀୟ ଲୋକେ ଏବଂ ଦମକଳବାହିନୀ କର୍ମଚାରୀ ରକ୍ଷା କରିଛନ୍ତି ।
ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏହି ଘଟଣାରେ ଶୋକବ୍ୟକ୍ତ କରିଛନ୍ତି । ପ୍ରାଣ ହରାଇଥିବା ରୋଗୀ, ଡାକ୍ତର ଓ ହସ୍ପିଟାଲର କର୍ମଚାରୀଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ରାଜ୍ୟ ସରକାର ଏହି ଘଟଣାରେ ପ୍ରାଣ ହରାଇଥିବା ରୋଗୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
ଭରୁଚ ପୋଲିସ ଅଧିକ୍ଷକ (ଏସପି) ରାଜେନ୍ଦ୍ର ସିଂ ଚୁଡାସମା କହିଛନ୍ତି, କୋଭିଡ ବିଭାଗରେ ୧୨ ଜଣ ରୋଗୀଙ୍କ ମୃତ୍ୟୁ ନିଆଁ ଏବଂ ବାହାରୁଥିବା ଧୂଆଁ କାରଣରୁ ହୋଇଛି । ହେଲେ ଅନ୍ୟ ରୋଗୀଙ୍କ ମୃତ୍ୟୁ ହସ୍ପିଟାଲ ଭିତରେ କି ଅନ୍ୟ ହସ୍ପିଟାଲକୁ ନେବା ସମୟରେ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ । ଦମକଳ ବାହିନୀର ଜଣେ ଅଧିକାରୀ କହିଛନ୍ତି ଯେ, ଗୋଟିଏ ଘଣ୍ଟା ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି । ରକ୍ଷା କରାଯାଇଥିବା ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking