16.1 C
Bhubaneswar
Friday, January 28, 2022
Homeଓଡିଶାକରୋନା କଟକଣାକୁ ଖୋଲାଖୋଲି ଉଲଙ୍ଘନ

କରୋନା କଟକଣାକୁ ଖୋଲାଖୋଲି ଉଲଙ୍ଘନ

ଢେଙ୍କାନାଳ : ଜିଲ୍ଲାରେ ମହାମାରୀ କରୋନା ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । ଦ୍ରୁତ ଗତିରେ ବଢିଚାଲିଛି କରୋନା ସଂକ୍ରମଣ। ଯାହାକୁ ନେଇ ବିଗତ ୫ ଦିନରେ ଜିଲ୍ଲାରେ କରୋନା ସଂକ୍ରମଣ ଆସି ୧୦୦ ଟପିଲାଣି । ଗୋଟିଏ ପଟେ ଜିଲ୍ଲା ପ୍ରଶାସନ ତରଫରୁ କରୋନା ସଂକ୍ରମଣ ରୋକିବାକୁ ଯାଇ ବିଭିନ୍ନ ପ୍ରକାର ଉପାୟରେ ସଚେତନ କରିବା ସହିତ ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍ ଜାରି କରିଛନ୍ତି । ଏହା ସତ୍ୱେ ମଧ୍ୟ ଜିଲ୍ଲାବାସୀ ଖୋଲାଖୋଲି ଭାବେ କଟକଣାକୁ ଉଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି ।
ମହାମାରୀ କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଭୟାନକ ହୋଇଥିଲେ ମଧ୍ୟ ଜନସାଧାରଣ ସମାଜିକ ଦୁରତା ରଖିବାତ ଦୁରର କଥା ମାସ୍କ ମଧ୍ୟ ପିନ୍ଧୁନଥିବା ଦେଖିବାକୁ ମିଳୁଛି । ଗତ କିଛିଦିନ କରୋନା ଟିକା କରଣ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକା ନେବା ପାଇଁ ଗହଳି ହୋଇଥିବା ଦେଖିବାକୁ ମିଳୁଛି । ଟିକା କେନ୍ଦ୍ର ଗୁଡିକରେ ଟିକା ଅଭାବ ସାଙ୍ଗକୁ ଟିକା କେନ୍ଦ୍ରରେ ତାଲା ପଡିଥିବା ଜଣାପଡୁଛି । ସକାଳ ୭ ଟା ହେଲା ବେଳକୁ ଟିକା କେନ୍ଦ୍ର ଶତାଧିକ ଲୋକ ଦେଖିବାକୁ ମିଳୁଛି ।

ନା କେହି ଠିକ୍ ସେ ମାସ୍କ ପିନ୍ଧୁଛନ୍ତି ନା ସାମାଜିକ ଦୁରତା ରକ୍ଷା କରୁଛନ୍ତି । ଟିକା ନେବାକୁ ଆସୁଥିବା ବୃଦ୍ଧ ବୟସ୍କ ଲୋକ ଓ ମହିଳାମାନେ ଏଭଳି ପରିସ୍ଥିତିକୁ ତିବ୍ର ନିନ୍ଦା ପ୍ରକାଶ କରିଛନ୍ତି । ତେବେ ଗୋଟିଏ ମେ ମାସ ପ୍ରଥମ ସପ୍ତାହରୁ ୧୮ ବର୍ଷରୁ ୪୫ ବର୍ଷର ଲୋକଙ୍କୁ ଟିକା ଦିଆଯିବା ସ୍ଥିର ହୋଇଥିବା ବେଳେ ବୟସ୍କ ଲୋକଙ୍କ ଦ୍ୱିତୀୟ ଡୋଜ୍ ଟିକା ନେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅତ୍ୟଧିକ ଜନଗହଳିକୁ କେନ୍ଦ୍ର କରି ଜିଲ୍ଲା ପ୍ରଶାସନ ଓ ହସ୍ପତାଲ ପକ୍ଷରୁ କୈାଣସି ଦୃଷ୍ଟି ଦିଆ ଯାଉନଥିବାରୁ ଏଭିଳି ବିସୃଙ୍ଖଳା ଦେଖିବାକୁ ମିଳୁଛି । ମାତ୍ର ରାଜ୍ୟ ସରକାର ଚଳିତ ମାସର ପ୍ରଥମ ସପ୍ତାହରୁ କନିଷ୍ଠ ଲୋକଙ୍କୁ ଟିକା ଦିଆଯାଇଥିବା ସ୍ଥିର କରିଛନ୍ତି । ତେଣୁ ବୟସ୍କ ଲୋକଙ୍କ ଦ୍ୱିତୀୟ ଡୋଜ୍ ଟିକା କରଣ ପାଇଁ ଗୋଟିଏ ସ୍ୱତନ୍ତ୍ର ଦିନ ଧାର୍ଯ୍ୟ କରିବା ଆବଶ୍ୟକ ବୋଲି ପ୍ରଶାସନ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking