ନିମ ଗଛର ପତ୍ରରେ କଣ ଔଷଧୀୟ ଗୁଣ ରହିଛି ଜାଣନ୍ତୁ

benefits of neem leaf

ଭୁବନଶ୍ୱର :ଆମକୁ ପିତା ସେବନ କରିବାକୁ ଭଲ ଲାଗେନି କିନ୍ତୁ ଆମେ ଏଠି କହି ରଖୁଛୁ ଆଜି ଆମେ ଏପରି ଏକ ପତ୍ର ବିଷୟରେ କହିବୁ ଯାହା ପାଟିକୁ ପିତା କିନ୍ତୁ ଦେହ ପାଇଁ ହିତକର । ନିମ ଗଛର ପତ୍ରରେ ବହୁତୁ ଔଷଧୀୟ ଗୁଣ ଭରି ରହିଛି। ଏହା ପାଟିକୁ ଖୁବ୍‌ ପିତା ଲାଗୁଥିଲେ ମଧ୍ୟ ଶରୀର ପାଇଁ ଅନେକ ଉପକାରୀ ହୋଇଥାଏ। କେବଳ ନିମ ପତ୍ର ଯେ ନୁହଁ ଏହାର ଫୁଲ, ଛେଲି ଓ ଚେରରେ ମଧ୍ୟ ଅନେକ ଔଷଧୀୟ ଗୁଣ ଭରି ରହିଛି। ଆସନ୍ତୁ ଜାଣିବା କଣ ଔଷଧୀୟ ଗୁଣ ରହିଛି। ନିମ ପତ୍ର ଖାଇବା ଦ୍ୱାରା ଡାଇବେଟିସ୍‌ ଭଲ ନହେଲେ ମଧ୍ୟ ନିୟନ୍ତ୍ରଣରେ ରହିିଥାଏ।
କଅଁଳ ନିମ ପତ୍ର କିମ୍ବା ଫୁଲକୁ ଚୋବାଇ ଖାଇଲେ ପେଟର କୃମି ଦୂର ହୋଇଥାଏ। ନିମ ପତ୍ର ଓ ଫୁଲରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଫ୍ୟାଟ୍, କ୍ୟାଲସିୟମ୍ ଏବଂ ଆମିନୋଏସିଡ୍ ରହିଛି ଯାହା ଆମର ପାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ। ନିମ ପତ୍ରକୁ ବାଟିକି ମୁଣ୍ଡରେ ଲଗାଇଲେ ରୂପି କମିବା ସହ କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଯାଏ। ଯଦି ଆପଙ୍କର କୌଣସି ଚର୍ମ ରୋଗ ହୋଇଥାଏ ତେବେ ନିମ ପତ୍ର ସହ ହଳଦୀ ବାଟିକି ସେହି ପେଷ୍ଟକୁ ଲଗାନ୍ତୁ ଦେଖିବେ ଚର୍ମ ରୋଗ ଭଲ ହୋଇଯିବ।

LEAVE A REPLY

Please enter your comment!
Please enter your name here