34.1 C
Bhubaneswar
Friday, March 29, 2024
Homeଓଡିଶା୫୦ ପ୍ରତିଶତରୁ ଅଧିକ ବଢିଛି ଆଣ୍ଟିବଡି

୫୦ ପ୍ରତିଶତରୁ ଅଧିକ ବଢିଛି ଆଣ୍ଟିବଡି

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବିଗତ କିଛି ମାସ ମଧ୍ୟରେ କୋଭିଡ ୧୯ ଭୂତାଣୁ ବା କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଥିଲା। ପ୍ରତି ଦିନ ସଂକ୍ରମଣ ଶହ ସଂକ୍ରମଣ ଘଟଣା ସାମନାକୁ ଆସୁଥିବା ପରିଲକ୍ଷିତ ହେଉଥିଲା। ଏଣୁ ଚଳିତ ମାସ ୬, ୭, ୮ ତାରିଖରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଆର ଏମ ଆର ସି ସଂସ୍ଥାର ସହ ଭାଗୀତାରେ ମାଲକାନଗିରି ପୌରାଞ୍ଚଳରେ ଆଣ୍ଟିବଡି ବ୍ୟାପକତା ଜାଣିବା ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ମାଲକାନଗିରି ସଦର ମହକୁମାରୁ ପାଖାପାଖି ୧୬୧୩ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ସେଥି ମଧ୍ୟରୁ ୧୦୧୮ ଜଣ ସାଧାରଣଲୋକଙ୍କ ରକ୍ତନମୁନା ସଂଗ୍ରହ ହୋଇଥିବା ବେଳେ ୫୯୫ ଜଣ ବିପଦପୂର୍ଣ୍ଣ କରୋନା ଭୂତାଣୁ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ଯେପରିକି ସ୍ବାସ୍ଥ୍ୟକର୍ମୀ, ମ୍ୟୁନିସିପାଲିଟି, ପୁଲିସ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ରକ୍ତନମୁନା ସଂଗ୍ରହ କରାଯାଇଥିଲା ।

ରକ୍ତନମୁନା ସେରୋଲୋଜିକାଲ ପରୀକ୍ଷାର ଫଳାଫଳ ଜିଲ୍ଲା ପ୍ରଶାସନ ହସ୍ତଗତ ହୋଇଛି। ବିଭିନ୍ନ ବୟସରଲୋକ, ଯୁବକ, ଯୁବତୀ, ମହିଳା ଫଳାଫଳକୁ ସମ୍ପୂର୍ଣ୍ଣ ଭାବେ ଲକ୍ଷ୍ୟ କଲେ ପାଖାପାଖି ୫୦ ପ୍ରତିଶତ ଲୋକଙ୍କ ଆଣ୍ଟିବଡି ସୃଷ୍ଟି ହୋଇଛି। ସେହିପରି ଅନ୍ୟ ୫୦ ପ୍ରତିଶତ ଲୋକଙ୍କ ମଧ୍ୟରେ କରୋନା ଭୂତାଣୁ ଗ୍ରହଣଶୀଳ ରହିଛନ୍ତି। ଏହାଛଡା ଗ୍ରାମାଞ୍ଚଳରେ କରୋନା ବ୍ୟାପକତା ସମ୍ପର୍କରେ ଜାଣିବା ପାଇଁ ପ୍ରୟାସ କରାଯାଇଛି। ଜିଲ୍ଲାର ୪୨ ଗୋଟି ଗାଁକୁ ଚିହ୍ନଟ କରି ରକ୍ତନମୁନା ସଂଗ୍ରହ କରାଯାଇଛି । ଯାହାର ଫଳାଫଳ ଏବେ ବିଶ୍ଳେଷଣ କରାଯାଉଛି ଏବଂ ସେରୋଲୋଜିକାଲ ପରୀକ୍ଷାର ଫଳର ତାଲିକା ପ୍ରସ୍ତୁତ ହେଲାପରେ ଖୁବଶୀଘ୍ର ତାହା ସମ୍ପର୍କରେ ସୂଚନା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଜିଲ୍ଲାବାସୀଙ୍କୁ ସାମାଜିକ ଦୂରତା ରଖିବା ସହ ମାସ୍କ ବ୍ୟବହାର କରି ନିଜ ନିଜର ପରିବାର ସଦସ୍ୟଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking