30 C
Bhubaneswar
Tuesday, August 4, 2026
HomeଓଡିଶାCMOରୁ ଫାଇଲ ଗାୟବ ମାମଲା: ଖୁବଶୀଘ୍ର ଜେରା

CMOରୁ ଫାଇଲ ଗାୟବ ମାମଲା: ଖୁବଶୀଘ୍ର ଜେରା

ଭୁବନେଶ୍ୱର : CMOରୁ ନାଇଡୁ କମିଶନ ଫାଇଲ ଗାୟବ ମାମଲାରେ କ୍ରାଇମବ୍ରାଞ୍ଚ ଡିଜି ମଙ୍ଗଳବାର ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ମାମଲାର ତଦନ୍ତ ଟେକ୍ନିକାଲ ଉପାୟରେ କରାଯାଉଛି। ଖୁବଶୀଘ୍ର ଏକାଧିକ ଲୋକଙ୍କୁ ଜେରା କରାଯିବ ବୋଲି ସେ କହିଛନ୍ତି। ମାମଲାରେ ଯାହାର ସମ୍ପୃକ୍ତି ଆସିବ ସେ ହାଜର ହେବା ପାଇଁ ବାଧ୍ୟ ବୋଲି ଡିଜ କହିଛନ୍ତି। ତଦନ୍ତ ବେଳେ କିଏ ସାକ୍ଷୀ, କିଏ ସନ୍ଦିଗ୍ଧ, କିଏ ଅଭିଯୁକ୍ତ ତାହା ପ୍ରମାଣ କହିବ ବୋଲି ସେ ଅବଗତ କରିଛନ୍ତି।

ତଦନ୍ତ ବେଳେ ଯାହାଙ୍କୁ ନୋଟିସ କରାଯିବ ସେମାନେ ଏହାକୁ ଏଡ଼ାଇ ଯାଇପାରିବେନି ବୋଲି ଡିଜି ସ୍ପଷ୍ଟ କରିଛନ୍ତି। ମାମଲାର ତଦନ୍ତଚାଲିଛି, ଖୁବଶୀଘ୍ର ଅଭିଯୁକ୍ତଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବ। ଅନ୍ୟପକ୍ଷେ ପାଠ୍ୟପୁସ୍ତକ ଛପା ଦୁର୍ନୀତି ମାମଲାରେ ପ୍ରାୟ ୨୪୦ଜଣଙ୍କ ତାଲିକା ହୋଇଛି ବୋଲି ଡିଜି ପ୍ରକାଶ କରିଛନ୍ତି। କ୍ରାଇମବ୍ରାଞ୍ଚ ଡିଜିଙ୍କ ବୟାନ ପରେ CMOରୁ ଫାଇଲ ଗାୟବ ମାମଲାର ଗୁମର ଫିଟିବ ବୋଲି ଏବେ ଆଲୋଚନା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking