21.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶଫ୍ଲୋରଟେଷ୍ଟରେ ପ୍ରଚଣ୍ଡ ବିଜୟୀ; ୧୫୭ ସାଂସଦଙ୍କ ସମର୍ଥନ ମିଳିଥିବା ବାଚସ୍ପତି ସ୍ପଷ୍ଟ କଲେ

ଫ୍ଲୋରଟେଷ୍ଟରେ ପ୍ରଚଣ୍ଡ ବିଜୟୀ; ୧୫୭ ସାଂସଦଙ୍କ ସମର୍ଥନ ମିଳିଥିବା ବାଚସ୍ପତି ସ୍ପଷ୍ଟ କଲେ

କାଠମାଣ୍ଡୁ:  ନେପାଳ ସଂସଦରେ ଆଜି ଅନୁଷ୍ଠିତ ହୋଇଯାଇଥିବା ଫ୍ଲୋରଟେଷ୍ଟ (ସଂଖ୍ୟା ଗରିଷ୍ଠତାର ପ୍ରମାଣ)ରେ ପ୍ରଚଣ୍ଡ ସରକାର ବିଜୟୀ ହୋଇଛନ୍ତି । ବାଚସ୍ପତି ଦେବ ରାଜ୍ ଘିମିରେ ଆଜିର ଏହି ଫ୍ଲୋରଟେଷ୍ଟଜନିତ ଫଳାଫଳ ଘୋଷଣା କରିଛନ୍ତି । ଘିମିରେଙ୍କ ଘୋଷଣାନୁସାରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ୍ ପ୍ରଚଣ୍ଡ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇଛନ୍ତି । ୨୭୫ ସଦସ୍ୟ ବିଶିଷ୍ଟ ନେପାଳ ଲୋକସଭାରେ ସଂଖ୍ୟା ଗରିଷ୍ଠତା ପାଇବାକୁ ହେଲେ ଅତି କମରେ ୧୩୮ ସାଂସଦଙ୍କ ସମର୍ଥନର ଆବଶ୍ୟକତା ରହିଥାଏ । ପ୍ରଚଣ୍ଡଙ୍କୁ ଆଜି ୧୫୭ ସାଂସଦଙ୍କ ସମର୍ଥନ ମିଳିଥିବା ବାଚସ୍ପତି ସ୍ପଷ୍ଟ କରିଛନ୍ତି ।
ପ୍ରକାଶ, ପ୍ରଚଣ୍ଡଙ୍କ ସରକାରରେ ସହଯୋଗୀ ଦଳ ଥିବା ଜନତା ସମାଜବାଦୀ ପାର୍ଟି (ଜେଏସ୍‌ପି) ପକ୍ଷରୁ ଗତ ସପ୍ତାହରେ ସମର୍ଥନ ପ୍ରତ୍ୟାହାର କରିନିଆଯିବା ପରେ ପ୍ରଚଣ୍ଡଙ୍କ ସରକାର ସଂଖ୍ୟାଗରିଷ୍ଠତା ହରାଇଥିବା ବିରୋଧୀ ଦଳଙ୍କ ପକ୍ଷରୁ ଦାବି କରାଯାଇଥିଲା । ଏହାକୁ ନେଇ ପ୍ରଚଣ୍ଡଙ୍କୁ ନିଜ ସରକାର ବଞ୍ଚାଇବା ପାଇଁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଅନିବାର୍ଯ୍ୟ ହୋଇପଡ଼ିଥିଲା । ତେବେ ସବୁ ଆଶଙ୍କାକୁ ଦୂର କରିବା ପୂର୍ବକ ଗତ ଦୁଇ ବର୍ଷ ମଧ୍ୟରେ ପ୍ରଚଣ୍ଡ ଚତୁର୍ଥ ଥର ପାଇଁ ନିଜ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇଛନ୍ତି ଏବଂ ଏଥିରେ ବିଜୟୀ ମଧ୍ୟ ହୋଇଛନ୍ତି ।
ରିପୋର୍ଟ ଅନୁସାରେ ନେପାଳରେ ପ୍ରଚଣ୍ଡ ସରକାରରେ ସହଯୋଗୀ ଥିବା ଅନେକ ଦଳ ଗୋଟିଏ ପରେ ଗୋଟିଏ କରି ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ ।  ତେବେ ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତା ୬୯ ବର୍ଷୀୟ ପ୍ରଚଣ୍ଡ କିନ୍ତୁ ତାଙ୍କ ସରକାର ନିଶ୍ଚିତ ରୂପେ ଫ୍ଲୋର ଟେଷ୍ଟରେ ସଫଳ ହେବ ବୋଲି ଦାବି କରିଆସୁଥିଲେ । ୨୦୨୨ ଡିସେମ୍ବର ୨୫ରେ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ପ୍ରଚଣ୍ଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking