26.1 C
Bhubaneswar
Sunday, March 1, 2026
Homeଅପରାଧବାପା ନା ନର ରାକ୍ଷସ: ନିଜ ଜନ୍ମକଲା ଝିଅ ସହ କଲା ପାପ କାମ

ବାପା ନା ନର ରାକ୍ଷସ: ନିଜ ଜନ୍ମକଲା ଝିଅ ସହ କଲା ପାପ କାମ

ଲକ୍ଷ୍ନୌ: ବାପା ନା ନର ରାକ୍ଷସ। ନିଜ ଜନ୍ମକଲା ଝିଅ ସହ କଲା ପାପ କାମ। ସ୍ତ୍ରୀ ଛାଡ଼ି ଚାଲିଗଲା ବୋଲି ନାବାଳିକା ଝିଅକୁ ଝୁଣିଲା ବାପା। ରାତିର ଅନ୍ଧାରରେ ନିରୀହାକୁ ଟାଣିନେଇ ମେଣ୍ଟାଉଥିଲା ଭୋକ। ସେ ବିକଳରେ ଚିତ୍କାର କରୁଥିଲା, ବିରୋଧ କରୁଥିଲା… ହେଲେ ଶୁଣିଲେନି କେହି। ଓଲଟା ମାନ ସମ୍ମାନ ଚାଲିଯିବ କହି ଚୁପ୍ ରହିବାକୁ ବାଧ୍ୟ କରୁଥିଲା ଜେଜେମାଆ। ରାତି ହେଲେ ତା ମନ ଭିତରେ ପଶୁଥିଲା ଛନକା। ବାପାର ଦାଉରୁ ରକ୍ଷା ପାଇବାକୁ ଛାତ ଉପରେ କାଟୁଥିଲା ରାତି। ୧୩ ବର୍ଷୀୟା ଝିଅ ପାଇଁ ଘର ପାଲଟି ସାରିଥିଲା କାଳ କୋଠରୀ। ସେପଟେ ତୃତୀୟ ବିବାହ କରି ସାରିଥିଲା ମା’। ଯିବ ତ ଯିବ କୁଆଡ଼େ… କହିବ କାହାକୁ ଶୁଣିବ କିଏ ? ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଆସିଛି ଏଭଳି ସାଙ୍ଘାତିକ ଖବର। ପିଲାଙ୍କ ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ ହେଉଛି ଘର। ସୁରକ୍ଷା କବଚ ହେଉଛନ୍ତି ବାପା-ମା’। ହେଲେ ଯେଉଁଠି ଜନ୍ମଦାତା ହିଁ ରାକ୍ଷସ ପାଲଟିବ ସେଠି କହିବ କାହାକୁ ? ସୁରକ୍ଷା ଦେବ କିଏ ? ଏଭଳି ଏକ କାହାଣୀ ହେଉଛି ଲକ୍ଷ୍ନୌର ଜଣେ ନାବାଳିକା ଝିଅର। ପୀଡ଼ିତା ଯେତେବେଳେ ୧୩ ବର୍ଷର ଥିଲେ ସେତେବେଳେ ତାଙ୍କ ମା ତୃତୀୟ ବିବାହ କରି ଚାଲିଗଲେ। ବାପା ବି ଦ୍ଵିତୀୟ ବିବାହ କଲେ। ବାପା-ମା ଅଲଗା ହେବା ପରେ ନାବାଳିକାଙ୍କ ଦୁନିଆ ଉଜୁଡ଼ି ଗଲା। ସେ ବାପା ଓ ଜେଜେମା ସହ ରହିବାକୁ ନିଷ୍ପତ୍ତି ନେଲେ। ହେଲେ ଏହା ତାଙ୍କର ସବୁଠାରୁ ବଡ଼ ଭୁଲ୍ ଥିଲା। ଦିନେ ନାବାଳିକାଙ୍କ ବାପା ତାଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ କଲେ। ଦୀର୍ଘ ୬ ମାସ ଧରି ପ୍ରତିଦିନ ଏଭଳି ନିର୍ଯାତନାର ଶିକାର ହେଉଥିଲେ।

ଶେଷରେ ସାହାସ କରି ଦିନେ ଜେଜେମାଙ୍କୁ ନାବାଳିକା ସବୁ ସତ କହିଦେଲେ। ହେଲେ ସମାଜ ଭୟରେ ଜେଜେମା ଚୁପ୍ ରହିବାକୁ ବାଧ୍ୟକଲେ। ଦିନେ ପିଲାଙ୍କ ପାଇଁ କାମ କରୁଥିବା ଏନଜିଓ ରେଡ୍ ବ୍ରିଗେଡ୍ ଖବର ପାଇ ନାବାଳିକାଙ୍କ ଘରେ ପହଞ୍ଚିଲା। ଏନଜିଓର କର୍ମୀ ବୁଝାସୁଝା କରିବା ପରେ ନାବାଳିକା ଜଣଙ୍କ ସ୍ଵର ଉଠାଇବା ପାଇଁ ସାହାସ ଜୁଟାଇଲେ। ଏହାପରେ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କଲା। ଏହାପରେ ପୀଡ଼ିତାଙ୍କୁ ଏକ ସେଲ୍ଟର ହୋମ୍ ରେ ରଖାଯାଇଥିଲା। ସେଠାରେ ସେ ଏନଜିଓ ସାହାୟତାରେ ଆତ୍ମରକ୍ଷା କୌଶଳ ଶିକ୍ଷା କଲେ। ଏବେ ପୀଡ଼ିତା ଜଣଙ୍କ ଅନ୍ୟମାନଙ୍କୁ ଆତ୍ମରକ୍ଷା କୌଶଳ ଶିଖାଉଛନ୍ତି। ଯେଉଁ ଶିଶୁ କାଲି ଜଣେ ପୀଡ଼ିତା ଥିଲେ ଆଜି ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଅନ୍ୟମାନଙ୍କୁ ନୂଆ କରି ଜିଇବାଇକୁ ରାହା ଦେଖାଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking