35.1 C
Bhubaneswar
Saturday, May 4, 2024
Homeଅପରାଧ୫ ବର୍ଷର ପୁଅକୁ ମାରି ଟାଙ୍ଗିଦେଲା ବାପା

୫ ବର୍ଷର ପୁଅକୁ ମାରି ଟାଙ୍ଗିଦେଲା ବାପା

ରାଉରକେଲା : ପତି-ପତ୍ନୀଙ୍କ କଳିରେ ବଳି ପଡ଼ିଛି ନିଷ୍ପାପ ଶିଶୁ। ପତ୍ନୀ ଘରଛାଡ଼ି ଚାଲିଯିବାରୁ ରାଗରେ ୫ ବର୍ଷର ପୁଅକୁ ତଣ୍ଟିଚିପି ହତ୍ୟା କରି ଚୁନିରେ ଟାଙ୍ଗି ଦେଇଛି ପିଶାଚ ବାପା। ଏମିତି ଅଭାବନୀୟ ଘଟଣା ଘଟିଛି ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ବସ୍ତିରେ। ହତ୍ୟାକାରୀ ବାପା ରାଜୁ ଲାକ୍ରା (୨୪)କୁ ଉଦିତନଗର ପୁଲିସ ଗିରଫ କରିଛି। ପତ୍ନୀ ଗୁନୁ ଲାକ୍ରାଙ୍କ ଅଭିଯୋଗ ଓ ପାରିପାର୍ଶ୍ବିକ ସ୍ଥିତି ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଶୀତଳପଡ଼ା ବସ୍ତିରେ ରାଜୁ ଲାକ୍ରା, ପତ୍ନୀ ଗୁନୁ ଓ ତାଙ୍କର ୫ ବର୍ଷର ପୁଅ ରହୁଥିଲେ। ରାଜୁ କୁଲି ମଜୁରି କାମ କରି ପରିବାର ପ୍ରତିପୋଷଣ କରେ।

ପଡୋଶୀଙ୍କ କହିବାନୁଯାୟୀ, ଅଧିକାଂଶ ସମୟରେ ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ମାଡ଼ପିଟ୍‌ ହେଉଥିଲା। ତିନି ମାସ ପୂର୍ବରୁ ଗୁନୁ କାମ କରିବାକୁ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ରାଜୁ ୫ ବର୍ଷର ପୁଅର ଲାଳନପାଳନ କରୁଥିଲା। ଗତ କିଛିଦିନ ତଳେ ଗୁନୁ ଘରକୁ ଫେରିଥିଲେ ହେଁ ଉଭୟଙ୍କ ମଧ୍ୟରେ ମାଡ଼ପିଟ୍‌ ବନ୍ଦ ହୋଇ ନଥିଲା। ଗତକାଲି ଗୁନୁ ପୁଅକୁ ଅଙ୍ଗନବାଡି କେନ୍ଦ୍ରରେ ଛାଡିଥିଲେ। ପୁଅ ଛାଡ଼ି ଘରକୁ ଫେରି କାମ କରିବାକୁ ବାହାରି ଯାଇଥିଲେ। ରାତିରେ କିନ୍ତୁ ଘରକୁ ଫେରି ନଥିଲେ। ରାତିରେ ଘରକୁ ନ ଫେରିବାରୁ ପତ୍ନୀ ଉପରେ ରାଜୁର ସନ୍ଦେହ ଆହୁରି ବଢ଼ିଥିଲା। ରାଗରେ ସେ ନିଜର ହିତାହିତ ଜ୍ଞାନ ହରାଇ ବସିଥିଲା। ରାତି ପ୍ରାୟ ୧୧ଟାରେ ଘରେ ଶୋଇଥିବା ୫ ବର୍ଷର ପୁଅର ବେକକୁ ଚିପି ତାକୁ ହତ୍ୟା କରିଥିଲା। ପରେ ପତ୍ନୀର ଚୁନିରେ ପୁଅକୁ ଟାଙ୍ଗି ଦେଇ ଘରୁ ବାହାରି ଯାଇଥିଲା। ରାତି ସାରା ବସ୍ତିରେ ପାଗଳ ପରି ବୁଲାବୁଲି କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking