36.1 C
Bhubaneswar
Saturday, May 18, 2024
Homeଓଡିଶାରାଜଧାନୀରେ ଅସମ୍ଭାଳ ତାତି; ଅସ୍ତବ୍ୟସ୍ତ କରିଛି ଜୀବନଯାତ୍ରା

ରାଜଧାନୀରେ ଅସମ୍ଭାଳ ତାତି; ଅସ୍ତବ୍ୟସ୍ତ କରିଛି ଜୀବନଯାତ୍ରା

ଭୁବନେଶ୍ୱର: ଆଜି ତାତିଛି ରାଜଧାନୀ। ତାତି ଅସ୍ତବ୍ୟସ୍ତ କରିଛି ଜୀବନଯାତ୍ରା। ଆଜି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୨.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେପଟେ ବଲାଙ୍ଗିର ଓ ବରଗଡ଼ ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ଏନେଇ ସୂଚନା ଦେଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବଲାଙ୍ଗିରରେ ୪୪.୫ ଡିଗ୍ରୀ, ବରଗଡ଼ରେ ୪୪.୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୪.୪ ଡିଗ୍ରୀ, ସୋନପୁରରେ ୪୪.୩ ଡିଗ୍ରୀ, ସମ୍ୱଲପୁରରେ ୪୩.୬ ଡିଗ୍ରୀ, ବୌଦ୍ଧରେ ୪୩.୫ ଡିଗ୍ରୀ, ହୀରାକୁଦରେ ୪୩.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩.୦ ଡିଗ୍ରୀ, ଭବାନୀପାଟଣାରେ ୪୩.୦ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୦ ଡିଗ୍ରୀ, ଅନୁଗୋଳରେ ୪୨.୯ ଡିଗ୍ରୀ, ଦେବଗଡ଼ରେ ୪୨.୮ ଡିଗ୍ରୀ, ଭୁବନେଶ୍ୱରରେ ୪୨.୬ ଡିଗ୍ରୀ, ରାଉରକେଲାରେ ୪୨.୫ ଡିଗ୍ରୀ, ବ୍ରହ୍ମପୁରରେ ୪୨.୫ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୨.୦ ଡିଗ୍ରୀ, ଢେଙ୍କାନାଳରେ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking