36.1 C
Bhubaneswar
Thursday, May 2, 2024
Homeଅପରାଧପୁଅର ଏତଲା ପରେ ଗିରଫ ହେଲା ପିଶାଚ ବାପ

ପୁଅର ଏତଲା ପରେ ଗିରଫ ହେଲା ପିଶାଚ ବାପ

ମାଲକାନଗିରି: ଲଜ୍ଜାର ସୀମା ଟପିଛି । ମନୁଷ୍ୟ ନିଜର ମୂଲ୍ୟବୋଧକୁ ହୃଦୟଙ୍ଗମ କରିପାରୁ ନାହିଁ । ଏପରିକି ଜନ୍ମଦାତା ପିତା ମଧ୍ୟ ସଂପର୍କ ଭୁଲିଯାଇ ଝିଅକୁ ଦୁଷ୍କର୍ମ କରିବାକୁ ପଛାଉ ନାହିଁ । ମାଲକାନଗିରି ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଇଜ୍ଜତକୁ ପଛରେ ପକାଇ ବାପ ନିଜର ଝିଅ ସହିତ ପାପ ସଂପର୍କ ସ୍ଥାପନ କରିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ବାପା ନିଜ ଝିଅକୁ ବାରମ୍ବାର ଦୁଷ୍କର୍ମ କରି ତାକୁ ଗର୍ଭବତୀ କରିବା ସହ ଗର୍ଭପାତ ମଧ୍ୟ କରାଇଥିଲା । ଏନେଇ ପରିବାର ଲୋକେ ଜାଣିବା ପରେ ଏଥିରୁ ନିବୃତ ରହିବା ପାଇଁ ବାପାଙ୍କୁ କହିବା ସହ ଏଭଳି ଜଘନ୍ୟ କାମ କିପରି କଲେ ବୋଲି ପଚାରିବାରୁ ଅଭିଯୁକ୍ତ ପୁଅ ଓ ପତ୍ନୀକୁ ନିର୍ଦ୍ଧୁମ ପିଟିଥିଲା । ମଦ ପିଇଦେଇ ସମସ୍ତଙ୍କୁ ଆକ୍ରମଣ କରିବା ପରେ ପୁଅ ଭୟରେ ମାଲକାନଗିରି ଥାନାରେ ବାପାଙ୍କ ନାମରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ଅଭିଯୁକ୍ତକୁ ଗିରଫ କରି କରି ତଦନ୍ତ ଆରମ୍ଭ କରିଛନ୍ତି । ଝିଅର ଡାକ୍ତରୀ ମାଇନା କରିବା ସହ ଏହି ଘଟଣା ସ୍ପର୍ଶକାତର ହୋଇଥିବାରୁ ଏହାର ଟିକିନିଖି ତଦନ୍ତ କରାଯାଉଥିବା ନେଇ ଆଇଆଇସି ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଅଭିଯୁକ୍ତ ନିଜ ଝିଅର ବାହାଘର ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସହ କରିଥିଲା । ସେହି ଯୁବକ ମାନସିକ ଅଗ୍ରସର ରହିବା ସହ କାମଧନ୍ଦା କରୁନଥିଲେ । ଝିଅ ମଧ୍ୟ ମାନସିକ ଅଗ୍ରସର ବୋଲି ଜଣାପଡିଛି । ତେବେ ଝିଅକୁ ସେଠାରୁ ନେଇ ଆସି ନିଜ ଘରେ ରଖିଥିଲା ଅଭିଯୁକ୍ତ ବାପା । ତେବେ ରାତିରେ ମଦ ପିଇଦେଇ ଆସିବା ପରେ ନିଜ ଝିଅକୁ ଦୁଷ୍କର୍ମ କରି ଚାଲିଲା । ଝିଅ ମାନସିକ ଅଗ୍ରସର ରହିବା ସହ ବାପାର ଭୟରେ କାହାକୁ କିଛି କହିନଥିଲା । ପରେ ଝିଅ ୬ ମାସର ଗର୍ଭବତୀ ହେବା ପରେ ପରିବାର ଲୋକେ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ । ତେବେ ଏହା କାହାର ପାପ ବୋଲି ଝିଅକୁ ମାରଧର କରିବା ପରେ ସେ ବାପାର ନାମ କହିଥିଲା । ପିସାଚୀ ବାପାକୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବାର ଲୋକେ ଆଜି ପୋଲିସ ଥାନାରେ ଦ୍ୱାରସ୍ଥ ହୋଇ ଅନୁରୋଧ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking