37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା

ପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛି ନୂଆ ପରାମର୍ଶଦାତା । ୧୯୮୫ ବ୍ୟାଚ୍‌ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ତଥା ପୂର୍ବତନ ସୂଚନା ପ୍ରସାରଣ ଓ ମାନବ ସମ୍ବଳ ବିଭାଗର ସଚିବ ଅମିତ ଖେରେଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି । ଏନେଇ ମଙ୍ଗଳବାର ଜାରି କରାଯାଇଛି ନିଯୁକ୍ତି ଆଦେଶ । ୩୦ ସେପ୍ଟେମ୍ବର ଉଚ୍ଚଶିକ୍ଷା ସଚିବ ପଦରୁ ଅବସର ନେଇଥିଲେ ଖେରେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶଦାତା ନିଯୁକ୍ତ ନେଇ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(PMO) ପକ୍ଷରୁ ଖେରେଙ୍କ ନିଯୁକ୍ତି ଭାରତ ସରକାରଙ୍କ ସଚିବ ରାଙ୍କ୍‌ ସ୍ତରରେ କରାଯାଇଛି । ସେ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ । ଅମିତ ଖେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଜାତୀୟ ଶିକ୍ଷାନୀତି ୨୦୨୦ ଗଠନ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ରହି ଡିଜିଟାଲ ନିୟମରେ ପରିବର୍ତ୍ତନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ପୂର୍ବତନ କ୍ୟାବିନେଟ ସଚିବ ପି.କେ ସିହ୍ନା ଏବଂ ପୂର୍ବତନ ସଚିବ ଅମରଜିତ ସିହ୍ନା ଚଳିତ ବର୍ଷ ପିଏମଓରେ ପରାମର୍ଶଦାତା ପଦ ଛାଡିବା ପରେ ଅମିତ ଖେରଙ୍କୁ ନିଯୁକ୍ତି ଦିଆଯାଇଛି । ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ପାରଦର୍ଶିତା ସହିତ ଖେରେ ଏକ ସ୍ପଷ୍ଟ ନିଷ୍ପତ୍ତି ଗ୍ରହଣ ଅଧିକାରୀ ଭାବରେ ପରିଚିତ । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧୀନରେ କେନ୍ଦ୍ର ମାନବସମ୍ବଳ ମନ୍ତ୍ରଣାଳୟରେ ଉଚ୍ଚଶିକ୍ଷା ଏବଂ ଗଣ ଶିକ୍ଷା ବିଭାଗର ମୁଖ୍ୟ ତଥା ସୂଚନା ଏବଂ ପ୍ରସାରଣ ସଚିବ ଭାବରେ କାର୍ଯ୍ୟ କରିଥିବା ଅଳ୍ପ କେତେକ ସଚିବଙ୍କ ମଧ୍ୟରୁ ଜଣେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking