40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୭ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୭ ମୃତ

ପାକିସ୍ତାନ : ପାକିସ୍ତାନରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ପାକିସ୍ତାନର ସିନ୍ଧ ଏବଂ ବାଲୁଚିସ୍ତାନ ପ୍ରଦେଶର ସୀମାନ୍ତ ସହର ନିକଟରେ ଏକ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ ଘାଟି ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୮ ଜଣ ଆହତ ହୋଇଛନ୍ତି । ତୀର୍ଥଯାତ୍ରୀମାନେ ବାଲୁଚିସ୍ତାନର ଖୁଜଦାର ଜିଲ୍ଲାର ସୁଦୂର ମୁସଲିମ ସୁଫି ଶ୍ରୀ ଶାହ ନୁରାନୀ ଅଭିମୁଖେ ଯାଉଥିବାବେଳେ ବୁଧବାର ହବ ସହରର ଏକ ଘାଟି ଖସିପଡିଥିଲା । ଏହି ଦୁର୍ଘଟଣା କରାଚି ଠାରୁ ପ୍ରାୟ ୧୧ କିଲୋମିଟର ଦୂରରେ ଘଟିଛି । ତେବେ ଏହି ଦୁର୍ଘଟଣା ନେଇ ଗୃହମନ୍ତ୍ରୀ ମୋହସିନ୍ ନାକଭି ସମବେଦନା ଜଣାଇବା ସହ କହିଛନ୍ତି ଯେ, ବସଟି ଭାରସ୍ୟାମ ହରାଇ ଘାଟିକୁ ଖସି ପଡିଛି । ସମସ୍ତ ଯାତ୍ରୀ ସିନ୍ଧ ପ୍ରଦେଶର ଥାଟ୍ଟା ସହରର ବାସିନ୍ଦା ଥିବା ନେଇ ସେ ସୂଚନା ଦେଇଛନ୍ତି ।ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ମୃତ ଓ ଆହତମାନଙ୍କୁ କରାଚି ସିଭିଲ ହସ୍ପିଟାଲକୁ ନିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ମୃତଦେହ ଚିହ୍ନଟ କରାଯାଇସରିଛି । ଅନ୍ୟ ସମସ୍ତ ଆହତ ମାନଙ୍କର ଚିକିତ୍ସା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking