34.1 C
Bhubaneswar
Thursday, April 25, 2024
Homeଓଡିଶାଚାଷୀଙ୍କ ସମସ୍ୟାକୁ ନେଇ ଥାନା ଆଗରେ ରଣହୁଙ୍କାର

ଚାଷୀଙ୍କ ସମସ୍ୟାକୁ ନେଇ ଥାନା ଆଗରେ ରଣହୁଙ୍କାର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଲାଗି ରହିଥିବା ଚାଷୀଙ୍କ ସମସ୍ୟାକୁ ନେଇ କୃଷକ ସଚେତନ ମଞ୍ଚ ତରଫରୁ କୋକସରା ଥାନା ଆଗରେ ଚାଷୀମାନେ ରଣହୁଙ୍କାର ଦେଇଛନ୍ତି । ଏହି ଅବସରରେ ଚାଷୀ ସଂଗଠନର ଆବାହକ ତଥା ଚାଷୀନେତା ଶିବପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ ଶତାଧିକ ଚାଷୀମାନେ ଏକତ୍ରିତ ହୋଇ କୋକସରା ଜଗନ୍ନାଥ ମନ୍ଦିର ନିକଟରେ ସମବେତ ହୋଇଥିଲେ । ପରେ ସେଠାରୁ ଏକ ର‌୍ୟାଲି ବାହାରି ରାଜ୍ୟ ସରକାରଙ୍କ କୃଷକ ମାରଣା ନୀତି ବିରୋଧରେ ନାରାବାଜି କରିବାସହ କୋକସରା ସହର ପରିକ୍ରମା ସହ କୋକସରା ଥାନା ନିକଟରେ ପହଞ୍ôଚ ଏକ ପ୍ରତିବାଦ ସଭା କରିଥିଲେ । ରାଜ୍ୟ ସରକାର କୃଷକମାନଙ୍କୁ ଅଣଦେଖା କରିବା ସହ ଗତବର୍ଷର ଶସ୍ୟବୀମା ଦାବି, ଧାନ ମଣ୍ଡିରେ କଟନୀଛଟନି ଆଳରେ ଚାଷୀଙ୍କୁ ଶୋଷଣ, ଏଲଏନଣ୍ଟି କମ୍ପାନୀ ଦ୍ୱାରା କୋକସରା ବ୍ଲକରେ ଚାଲିଥିବା ଉଠା ଜଳସେଚନ କେନାଲ ଖନନରେ ଅନିୟମିତା, ଗଭିର ନଳକୂପ ଖନନ ପାଇଁ ଚାଷୀମାନେ ଜମାନତ ରାଶି ପୈଠ କରିବା ସତ୍ୱେ ମଧ୍ୟ ଦୀର୍ଘ ଦିନ ହେଲା କାର୍ଯ୍ୟକ୍ଷମ ନହେବା, କୋକସରା କୃଷୀଋଣ ବୀମାରାଶି ଅବଧି ସେପ୍ଟେମ୍ବର ୩୦ରୁ କୋହଳ କରିବା, ମଣ୍ଡିରେ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୦୦୦, ରିହାତି ଦରରେ ମିଳୁଥିବା କୃଷି ଯନ୍ତ୍ରପାତି ସବସିଡି ପ୍ରଦାନରେ ପାତରଅନ୍ତର, କ୍ଷୀର ଉତ୍ପାଦନ ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ, କାଳିଆ ଯୋଜନା କେବଳ ନିର୍ବାଚନୀ ଲଡୁ ବୋଲି ପ୍ରତିବାଦ କରିବାସହ ଅନ୍ୟାନ୍ୟ ଦାବିକୁ ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହି ଆନ୍ଦୋଳନରେ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀଙ୍କ ବ୍ୟତୀତ ପ୍ରତିବାଦ ସଭାରେ ଗରୁଡଧ୍ୱଜ ମାଝୀ ସଭାପତିତ୍ୱ କରିଥିବା ବେଳେ ମାର୍କଣ୍ଡ ବେମାଲ, ଘନଶ୍ୟାମ ନାଏକ, ମିନିକେତନ ପ୍ରଧାନୀ, ଜଗବନ୍ଧୁ ମାଝୀ, ଜୟଲାଲ ନାଏକ, ନିମାଇ ଚରଣ ଧଙ୍ଗଡାମାଝୀ, ନବୀନ କୁମାର ପ୍ରଧାନୀ, ନରେନ୍ଦ୍ର ପ୍ରଧାନୀ, ସୁଶିଲ ପାଢୀ, ଗଣେଷ ନନ୍ଦ, ମଧୁବନ ପାତ୍ର, ଦିବ୍ୟଶଙ୍କର ରାଉତ, ଧବଳେଶ୍ୱର ବାଗ, ଲକ୍ଷ୍ମୀକାନ୍ତ ପୂଝାରୀ, ଭରତୁ ନାଏକ, ସତ୍ୟାନନ୍ଦ ବାଗ, ଅଭିମନ୍ୟୁ ଧଙ୍ଗଡାମାଝୀ, ନରହରି ରାଉତ, ଯୁଧିଷ୍ଠିର ପଟେଲ, ପ୍ରକାଶ ଚୌଧୁରୀ, ଧନେଶ୍ୱର ପଣ୍ଡା, ମନିଜର ପୋଡ, କମଳାକାନ୍ତ ପଣ୍ଡାଙ୍କ ସମେତ ବ୍ଲକର ଶତାଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ରହିଥିଲେ । ଶେଷରେ ଚାଷୀଙ୍କ ସମସ୍ୟାକୁ ନେଇ ଏକ ଏତଲାନାମା କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆଙ୍କ ଜରିଆରେ ଚାଷୀନେତା ଶିବପ୍ରସାଦ ପ୍ରଧାନୀ ନେତୃତ୍ୱରେ ପ୍ରଦାନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking