26.1 C
Bhubaneswar
Friday, March 29, 2024
Homeଅପରାଧ୨ ଟିଫିନ ବୋମା ଜବତ

୨ ଟିଫିନ ବୋମା ଜବତ

ରାଉରକେଲା : ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ସୋନୁଆ କୁଇଡ଼ା ଅଞ୍ଚଳରୁ ଯବାନମାନେ ୨ ଟି ଟିଫିନ ବୋମା ଜବତ କରିଛନ୍ତି । ଯବାନଙ୍କ ଗାଡ଼ି, ସ୍ଥାନୀୟ ପୁଲିସ ଗାଡ଼ିକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ନକ୍ସଲମାନେ ଏପରି କାଣ୍ଡ ଭିଆଇଥିବା ଅନୁମାନ କରାଯାଇଛି । ଶୁକ୍ରବାର ସିଆର୍‌ପିଏଫ୍ କମାଣ୍ଡାଣ୍ଟ ପଙ୍କଜ ରାୟଙ୍କ ନେତୃତ୍ୱରେ ସ୍ଥାନୀୟ ପୁଲିସ ସହାୟତାରେ କମ୍ବିଂ ଅପରେସନ କରାଯାଇଥିଲା । ସୋନୁଆ ରେଳ ଷ୍ଟେସନ ନିକଟରୁ କୁଇଡ଼ା ରାସ୍ତାରୁ ପ୍ରଥମେ ବିଦ୍ୟୁତ ତାର ମିଳିଥିଲା । ଏହାର ଖୋଲତାଡ଼ କରାଗଲା ପରେ ପ୍ରାୟ ୩୦ କିଲୋଗ୍ରାମ ଓଜନର ଟିଫିନ ବୋମା ଜବତ କରାଯାଇଥିଲା । ଏହାକୁ ନିଷ୍କ୍ରିୟ କରାଯାଇଥିଲା । ସୂଚନାଯୋଗ୍ୟ, ନକ୍ସଲ ଅଭିଯାନକୁ ଦମନ କରିବା ସହ ଉପଦ୍ରୁତ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ଏ ନେଇ ଗୋଏଲକେରା ଥାନା ଅଞ୍ଚଳରେ ଗତ ନଭେମ୍ବର ମାସରେ ଆଇଆର୍‌ବି କ୍ୟାମ୍ପ ସ୍ଥାପନ ହୋଇଥିଲା । ନକ୍ସଲମାନେ ନିଜ ସ୍ଥିତି ଜାହିର କରିବା ପାଇଁ ଡିସେମ୍ବର ୬ରେ ଝାଡ଼ଖଣ୍ଡ ନିର୍ବାଚନର ଦିନକ ପୂର୍ବେ କ୍ୟାମ୍ପକୁ ବୋମା ପକାଇ ଉଡ଼ାଇଦେବାକୁ ଉଦ୍ୟମ କରିଥିଲେ । କ୍ୟାମ୍ପର ୨ଶହ ମିଟର ଦୂରତ୍ୱରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା ବୋଲି ସିଆର୍‌ପିଏଫ୍ ପକ୍ଷରୁ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking