28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗରାଜ୍ୟରେ ଚାଷୀ ଆନ୍ଦୋଳନ

ରାଜ୍ୟରେ ଚାଷୀ ଆନ୍ଦୋଳନ

ଭୁବନେଶ୍ୱର : କୃଷି ବିଲ୍‌ କୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ । ଭୁବନେଶ୍ୱର ଏଜି ଛକରେ ରାଷ୍ଟ୍ରୀୟ କିଷାନ ମଜଦୁର ସଂଘ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଲୋକ ସେବା ଭବନକୁ ଧସେଇ ପସିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ଉଠାଇ ନେଇଥିଲେ । କୃଷି ଭବନକୁ ଘେରାଉ ଉଦ୍ୟମ ବେଳେ ନବନିର୍ମାଣ କୃଷକ ସଂଗଠନ ସଦସ୍ୟଙ୍କୁ ଅଟକ ରଖାଯାଇଛି । ଏଥିସହ କଟକରେ ଯୁବ କଂଗ୍ରେସ ଓ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ । ସେହିପରି ବାଲିକୁଦାରେ ବିକ୍ଷୋଭ ବେଳେ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ପୋଲିସ୍ । ଏଥିସହ କୃଷି ବିଲ୍ କୁ ବିରୋଧ କରି ବାଲେଶ୍ୱର ରେମୁଣାରେ ଚାଷୀ ମାନେ ଏନଏଚ୍ – ୧୬କୁ ବିରୋଧ କରିଛନ୍ତି ।
ସୂଚନା ଅନୁଯାୟୀ , ଗତ ରବିବାର ଦିନ ପ୍ରବଳ ହଟ୍ଟଗୋଳ ଓ ବିରୋଧ ପରେ ଏବେ ରାଜ୍ୟସଭାରେ କୃଷି ବିଲ୍ ପାରିତ ହୋଇଛି । ସିଲ୍କ୍ କମିଟିକୁ ପଠାଇବାକୁ ବିରୋଧୀଙ୍କ ଦାବିକୁ ଆଗ୍ରାହ୍ୟ କରାଯାଇଛି ।ବିରୋଧୀ ଦଳର ହଙ୍ଗାମା ପରେ ଭୋଟିଂ ପରେ ଗୃହୀତ କରାଯାଇଛି ।ବାଚନିକ ଭୋଟ୍‌ରେ ଦ୍ୱାରା କୃଷି ବିଲ୍‌କୁ ପାରିତ କରାଯାଇଛି ।ପୂର୍ବରୁ ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାରେ ଆଜି କୃଷି ସୁଧାର ବିଲ୍ କୁ ଗୃହୀତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking