30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଉପକୃତ ହେବେ ଉପାନ୍ତବାସୀ ଦୁର୍ଗମ ଅଞ୍ଚଳକୁ ଗଲା ବାଇକ ଆମ୍ବୁଲାନ୍ସ

ଉପକୃତ ହେବେ ଉପାନ୍ତବାସୀ ଦୁର୍ଗମ ଅଞ୍ଚଳକୁ ଗଲା ବାଇକ ଆମ୍ବୁଲାନ୍ସ

କୋରାପୁଟ : କୋରାପୁଟ ଜିଲ୍ଲା ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚିବା ପାଇଁ ଜିଲ୍ଲା ପ୍ରଶାସନସ୍ତରରେ ପ୍ରୟାସ ଆରମ୍ଭ ହୋଇଛି ।କୋରାପୁଟ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ରାସ୍ତା ର ସମସ୍ୟା ରହିଥିବା ବେଳେ ଅନେକ ଅଞ୍ଚଳ ଚାରିଚକିଆ ଆମ୍ବୁଲାନ୍ସ ପହଁଇଛିବା କାଠିକର ପାଠ ହେଉଥିବା ବେଳେ । ସେହି ଅଂଚଳରେ ବାଇକ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ପ୍ରଥମ ପର୍ଯ୍ୟାୟରେ ୮ଟି ଆମ୍ବୁଲାନ୍ସ ଆରମ୍ଭ କରାଯିବ ପାଇଁ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ୮ବ୍ଲକ ବ୍ଲକର ଅଞ୍ଚଳରେ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ଏହି ବୈଠକରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପଡାଲ ,ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ,ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷା ତୁଳସୀ କିରସାନି ,ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ,ଆର୍ଟିଓ,ଡିପିଏମଓ, ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ପ୍ରତିନିଧି ବୈକୁଣ୍ଠ ମଣ୍ଡଳ ,ଲଷ୍ମୀପୁର ବିଧାୟକ ପ୍ରତିନିଧି ମହେନ୍ଦ୍ର କୂଳଦୀପ ଉପସ୍ଥିତ ଥିଲେ । ବିସ୍ତୃତ ଭାବେ ଆଲୋଚନା କରାଯାଇ ଜିଲ୍ଲାର ଦସମନ୍ତପୁର ବାନ୍ଧୁଗାଁ, ବୋରିଗୁମା, ପଟାଙ୍ଗି , ସେମିଳିଗୁଡା,ନନ୍ଦପୁର ,ଲମୟପୁଟ ବୈଇପାରିଗୁଡା ୮ଟି ବ୍ଲକରେ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ଚାରୋଟି ଆମ୍ବୁଲାନ୍ସ କିଣିବାକୁ ପ୍ରସ୍ତାବ ରୁହିତ ହୋଇଛି ।ଏହି ଅଞ୍ଚଳରେ ବାଇକ ଆମ୍ବୁଲାନ୍ସ ଗୁଡିକ ସ୍ୱାସ୍ଥ୍ୟ ସେବା ଯୋଗାଇ ବେଶ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଜିଲ୍ଲାର ୫ଟି ବିଧାୟକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking