30.1 C
Bhubaneswar
Thursday, April 25, 2024
Homeଓଡିଶାଋଣ ଭାର ନେଲା ଚାଷୀଙ୍କ ଜୀବନ

ଋଣ ଭାର ନେଲା ଚାଷୀଙ୍କ ଜୀବନ

ନୀଳଗିରି : ନୀଳଗିରି ଉପଖଣ୍ଡ ଔପଦା ବ୍ଲକ୍ ବଡ଼ପୋଖରୀ ଗ୍ରାମରେ ଋଣଭାର ସହି ନପାରି ଚାଷୀ ପ୍ରଦୀପ ପାତ୍ର(୩୯) ବିଷପିଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ପ୍ରଦୀପ ବଡ଼ପୋଖରୀ ସମବାୟ ସମିତିରୁ ଲକ୍ଷେରୁ ଅଧିକ ଋଣ ନେଇଥିଲେ । ଗତ ୬ରେ ସେ ବିଲକୁ ଚାଷ ଦେଖିବାକୁ ଯାଇଥିବାବେଳେ ଚାଷ ଖରାପ ହୋଇଥିବାରୁ ଦୁଃଖରେ ଭାଙ୍ଗିପଡ଼ିଥିଲେ । ତେବେ ଋଣ ଶୁଝିବା ଚିନ୍ତାରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋର ଓ ପରେ ବାଲେଶ୍ୱରରୁ କଟକ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ୨ ଛୋଟ ଝିଅ ଥିବାବେଳେ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking