30.1 C
Bhubaneswar
Wednesday, April 24, 2024
Homeଓଡିଶାବରିଷ୍ଠ ନାଗରିକମାନେ  ବିଭିନ୍ନ ସରକାରି ଯୋଜନାରୁ ବଞ୍ଚତ ହେଉଛନ୍ତି - ଭାରତୀ ଚକ୍ର

ବରିଷ୍ଠ ନାଗରିକମାନେ  ବିଭିନ୍ନ ସରକାରି ଯୋଜନାରୁ ବଞ୍ଚତ ହେଉଛନ୍ତି – ଭାରତୀ ଚକ୍ର

ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘର ବୈଠକ

ବଲାଙ୍ଗୀର,(ଦେବାଶିଷ ମିଶ୍ର)-ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଆୟୋଜନ କ୍ରମେ ଖୁଜେନପାଲି ମହାଦେବ ମନ୍ଦିର ପ୍ରାଙ୍ଗଣରେ ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘର ଏକ ବୈଠକରେଅନୁଷ୍ଠିତ ହୋଇଥିବା ହେଲ୍ଥ୍ ଏଜ୍ ଇଣ୍ଡିଆର ରାଜ୍ୟ ମୁଖ୍ୟ ଭାରତୀ ଚନ୍ଦ୍ର କ୍ଷୋଭର ସହିତ ମତ ପ୍ରକାଶ କରିଛନ୍ତି । ଏହି ବୈଠକରେ ପଶ୍ଚିମାଂଚଳର ୧୩ ଗୋଟି ଜିଲ୍ଲାର ଶତାଧିକ ସଭ୍ୟ ଏହି ସଭାରେ ଯୋଗଦାନ କରିଥିଲେ । ଜିଲ୍ଲା ସଭାପତି ଘାସିରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସଂଘର ସଂପାଦକ ବସନ୍ତ କୁମାର ଆ·ର୍ଯ୍ୟ ସଭ୍ୟ ଆରମ୍ଭ ହେବା ପରେ ସମସ୍ତଙ୍କୁ ସ୍ୱାଗତ କରି ବଲାଙ୍ଗିର ସଂଘ ଉପରେ ଏକ ବିବରଣି ପ୍ରଦାନ କରିଥିଲେ । ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ପଣ୍ଡା ସଭାକୁ ସଂଯୋଜନା କରିଥିଲେ । ମହାସଂଘର ସଭାପତି ଟହଲୁ ସାହୁ, ସଂପାଦକ ପ୍ରହଲ୍ଲାଦ ମହାପାତ୍ର, ସଂଗଠାନିକ ସଂପାଦକ ଅମୁଲ୍ୟ ପତି, ହେଲ୍ପ ଏଜ୍ ଇଣ୍ଡିଆର ରାଜ୍ୟ ମୁଖ୍ୟ ଶ୍ରୀମତୀ ଚକ୍ର ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବରିଷ୍ଠ ନାଗରିକମାନେ ନିଜର ସମନ୍ୱୟ ରକ୍ଷା କରି ସଂଘକୁ ଦୃଢ କରି ଆଗେଇଲେ ଅନେକ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ଜିଲ୍ଲା ସଂଘର ମୁଖ୍ୟ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ନିଜର ଅଭିଷଣରେ ସମସ୍ତ ସଭ୍ୟଙ୍କୁ ସ୍ୱାଗତ କରି ବଲାଙ୍ଗିର ସଂଘ ଇତି ମଧ୍ୟରେ ପଞ୍ଜିକୃତ ହୋଇଯାଇଥିବା ଓ ଏକ ନିଜସ୍ୱ ଗୃହ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶୃତି ଦେଇଥିବା କହିଥିଲେ । ସଂଘ ପ୍ରତି ଅବଦାନ ପାଇଁ ସଭ୍ୟ ଶିବ ଶଙ୍କର ଖୁଆସ ଓ ବୃନ୍ଦାବନ ବରାଳଙ୍କୁ ଶ୍ରୀମତୀ ଚକ୍ର ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲୋ ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବରିଷ୍ଠ ନାଗରିକମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତି କରୁଥିଲେ ମଧ୍ୟ ତାହା କାର୍ଯ୍ୟକାରି ହୋଇ ପାରୁନାହିଁ । ତେଣୁ ବରିଷ୍ଠ ନାଗରିକମାନେ ଅନେକ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେଉଛନ୍ତି ।ଶଶିଭୂଷଣ ପୁରୋହିତ, ରବିନ୍ଦ୍ର କୁମାର ପାଣିଗ୍ରାହୀ, ଯୁଧିଷ୍ଟିର ମିଶ୍ର, ପର୍ଶୁରାମ ନାୟକ, ଯଥା ବିଶ୍ୱାଳ ଓ ପ୍ରତାପ ଚନ୍ଦ୍ର ରଥ ବୈଠକର ସଫଳତା ପାଇଁ ସହଯୋଗ କରିଥିଲେ । ଶେଷରେ ସଂଘର ପରାମର୍ଶଦାତା ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking