40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକୃଷି ଆଇନ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କୃଷି ଆଇନ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: କୃଷି ଆଇନ ଉପରେ ଶେଷରେ କଠୋର ଆଭିମୁଖ୍ୟ ପ୍ରକାଶ କରି କୋର୍ଟ ସୋମବାର କହିଛନ୍ତି ଯେ, କେନ୍ଦ୍ର ସରକାର ଏହି ଆଇନକୁ ପ୍ରଥମେ ସ୍ଥଗିତ ରଖନ୍ତୁ, ନହେଲେ ସୁପ୍ରିମକୋର୍ଟ ଏହି ଆଇନ ଉପରେ ରୋକ ଲଗାଇବେ । ଏହି ଆଇନକୁ ନେଇ ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ନେଇ ଶୁଣାଣୀ ସମୟରେ କୋର୍ଟ କେନ୍ଦ୍ର ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି କେନ୍ଦ୍ର ଯେଉଁଭଳି ଭାବରେ ଚାଷୀ ଆନ୍ଦୋଳନ ପରିଚାଳନା କରିଛନ୍ତି, ସେଥିରେ ସେ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରଧାନ ବିଚାରପତି ଏସ.ଏ ବୋବଡେ କହିଛନ୍ତି, ‘ପୁରା ମାସ ଧରି ଏହା ଚାଲିଛି, ହେଲେ କିଛି ହୋଇପାରୁନାହିଁ । ଆମେ ବହୁତ ନିରାଶ ହୋଇଛୁ ଏଥିପାଇଁ । ଆପଣ କହିଲେ ଯେ, ଆମେ କଥାବାର୍ତ୍ତା କରୁଛୁ । କଣ କଥା ହେଉଛନ୍ତି । କେଉଁ ପ୍ରକାରର ନେଗୋସିଏସନ କରୁଛନ୍ତି’ । ଅଦାଲତ ପୁଣି କହିଛନ୍ତି, ‘କୃଷି ଆଇନର ତଦନ୍ତ ପାଇଁ ସେ ଏକ ସମିତି ଗଠନ କରିବେ’ । ବୋବଡେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଯଦି ସରକାର ଏହି ଆଇନକୁ ସ୍ଥଗିତ ନକରନ୍ତି, ତାହେଲେ ଆମେ ଏହା ଉପରେ ରୋକ୍ ଲଗାଇବୁ । ଆମେ ଏହା କହୁନାହୁଁ କି ଏହି ଆଇନକୁ ରଦ୍ଦ କରାଯାଉ । କୋର୍ଟ ଚାହୁଁଛନ୍ତି ଏହି ସମସ୍ୟାର ସମାଧାନ ବାହାରୁ । ଆମେ ପଚାରିଥିଲୁ ଏହି ଆଇନକୁ କଣ ପାଇଁ ସ୍ଥଗିତ ରଖାଯାଉନାହିଁ । ପ୍ରତିଦିନ କୃଷକଙ୍କ ସ୍ଥିତି ଗମ୍ଭୀର ହେବା ସହ ଆତ୍ମହତ୍ୟା କରୁଛନ୍ତି । ପାଣିର ସୁବିଧା ନାହିଁ । ସାମାଜିକ ଦୂରତା ଅନୁସରଣ କରାଯାଇନାହିଁ । ଚାଷୀମାନେ ବୟସ୍କ ଓ ମହିଳାଙ୍କୁ ମଧ୍ୟ ଆନ୍ଦୋଳନରେ ସାମିଲ କରିଛନ୍ତି । ଯେ ପର୍ଯ୍ୟନ୍ତ କମିଟି ନିଜ ରିପୋର୍ଟ ନଦେଇଛି ସେଯାଏଁ କୃଷି ଆଇନକୁ ସ୍ଥଗିତ ରଖିବାକୁ’ ସିଜେଆଇ କହିଛନ୍ତି । ସେ କହିଛନ୍ତି ଯେ, ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ‘ଆମେ ପ୍ରଦର୍ଶନ ବିରୋଧରେ ନାହିୁଁ । ବିରୋଧ ଜାରି ମଧ୍ୟ ରଖାଯାଇପାରେ । ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯେ, କଣ ଏହି ସ୍ଥାନରେ ବିରୋଧ ପ୍ରଦର୍ଶନ ହେବା ଉଚିତ । ଯେଉଁପରି ଭାବରେ ଏବେ ଧାରଣା ଓ ପ୍ରଦର୍ଶନ ଚାଲୁଛି, ତା ଅପେକ୍ଷା ଶାନ୍ତିପୂର୍ଣ୍ଣ ଭାବରେ ପ୍ରଦର୍ଶନ କଲେ ହୁଏତ କିଛି ହୋଇପାରେ’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking