29.1 C
Bhubaneswar
Saturday, July 27, 2024
Homeଓଡିଶାମହିମାମୟୀ ମା’ ତାରାତାରିଣୀ ମହିମା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମହିମାମୟୀ ମା’ ତାରାତାରିଣୀ ମହିମା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଗଞ୍ଜାମ : ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ  ଶକ୍ତି ପୀଠ ମା’ ତାରାତାରିଣୀଙ୍କ ମନ୍ଦିର । ଭାରତରେ ଥିବା ୫୧ ଟି ଶକ୍ତି ପୀଠ ମଧ୍ୟରୁ ଏହା ଅନ୍ୟତମ । ତାରା ଓ ତାରିଣୀ ରୁପରେ ୨ ଭଉଣୀ ଏଠାରେ ପୂଜା ପାଉଛନ୍ତି । ଏହି ପୀଠର ମହିମା ଯୋଗୁଁ ଏହା ପ୍ରସିଦ୍ଧି ଲାଭ କରିଛି । ଏହି ପୀଠ ବୌଦ୍ଧ , ବୈଷ୍ନବୀ , ତନ୍ତ୍ର ଓ ଶକ୍ତି ପୀଠ ଭାବରେ ପରିଚିତ ।

କିମ୍ବଦନ୍ତୀ ଅନୂସାରେ ମା’ ସତୀଙ୍କ ବିୟୋଗରେ ଯେତେବେଳେ ମହାଦେବ ସତୀଙ୍କ ଦଗ୍ଧଭୁତ ଶରୀରକୁ ନେଇ ପାଗଳ ପ୍ରାୟ ହୋଇ ବୁଲୁଥିଲେ । ମହାଦେବଙ୍କ ବିନା ସୃଷ୍ଟି ପାଳନ ଅସମ୍ଭବ ଜାଣି ପ୍ରଭୁ ନାରାୟଣ ନିଜ ସୁଦର୍ଶନ ଚକ୍ରରେ ସତୀଙ୍କ ଦଗ୍ଧଭୁତ ପିଣ୍ଡକୁ ଖଣ୍ଡ ଖଣ୍ଡ କରିଦେଇଥିଲେ । ମା’ସତୀଙ୍କ ପିଣ୍ଡ ୫୧ ଟି ସ୍ଥାନରେ ପଡ଼ିଥିଲା । କୁହାଯାଏ ମା’ସତୀଙ୍କ ବକ୍ଷୋଜ ତାରାତାରିଣୀ ପୀଠରେ ପଡ଼ିଥିଲା । ସେହି ବକ୍ଷୋଜ ଦ୍ୱୟରୁ ତାରା ତାରିଣୀ ଭଉଣୀ ସୃଷ୍ଟି ହୋଇଥିଲେ ।

ମା’ ତାରାତାରିଣୀ ଥିଲେ ମହର୍ଷି ବଶିଷ୍ଠଙ୍କ ଇଷ୍ଟଦେବୀ । ଦିନେ ମହର୍ଷି ନିଜ ଅଭିପ୍ସା ପୂରଣ ପାଇଁ ଦେବୀ ଦ୍ୱୟଙ୍କୁ ଆବାହନ କରିଥିଲେ । ମାତ୍ର ଦେବୀ ଦ୍ୱୟ ଏଥିପ୍ରତି ଉଦାସୀନତା ଦେଖାଇଲେ । ଫଳରେ ମହର୍ଷି ରୁଷ୍ଟ ହୋଇ ଦେବୀଙ୍କୁ ଅପୂଜା ରଖିଥିଲେ । ଦେବୀ ଦ୍ୱୟ ଏଥିପାଇଁ ଅନୁତାପ କରିବାରୁ ମହର୍ଷି ଶାନ୍ତ ହେଲେ ଏବଂ କହିଥିଲେ, ‘କଳିଯୁଗର ମଧ୍ୟ ଭାଗରେ ତାଙ୍କର ଜ୍ୟେଷ୍ଠ ଭଗିନୀ ରୂଷିକଲ୍ୟା ନଦୀ କୂଳରେ ମୋର ମାନସ ପୁତ୍ର ବସୁ ପ୍ରହରାଜଙ୍କ ଘରେ ତୁମେ ଦୁହେଁ ଲାଳିିତ ପାଳିତ ହେବା ପରେ ତାରାତାରିଣୀ ପର୍ବତର ଶେଷ ଭାଗରେ ପୂଜା ପାଇବ ଓ ଶ୍ରାପ ମୁକ୍ତ ହେବ’ । ସେବେଠାରୁ ମା’ ତାରାତାରିଣୀ ସେହି ପର୍ବତ ଉପରେ ପୂଜା ପାଉଛନ୍ତି । ଏହିପରି ଭାବେ ବହୁ କିମ୍ବଦନ୍ତୀ ଶୁଣାଯାଇଥାଏ ।

ଏଠାରେ ପ୍ରତିଦିନ ମା’ ତାରାତାରିଣୀ ଙ୍କୁ ବିଧିବଧ ଭାବରେ ପୂଜା କରାଯାଇଥାଏ । ଏହି ମନ୍ଦିରରେ ପ୍ରାୟ ୫୦୦ରୁ ଉର୍ଦ୍ଧ ବର୍ଷ ଧରି ବଳି ପ୍ରଥାର ପ୍ରଚଳନ ରହିଆସିଥିଲା । ବର୍ଷର ପ୍ରତ୍ୟେକ ମଙ୍ଗଳବାର ଓ ସଂକ୍ରାନ୍ତିରେ ମା’ ତାରାତାରିଣୀଙ୍କ ପାଖରେ ବହୁ ସଂଖ୍ୟାରେ ବଳୀ ଦିଆଯାଉଥିଲା । ଯାହା ଫଳରେ ଯିବା ଆସିବା ରାସ୍ତା ରକ୍ତ ସୁଅରେ ଲାଲ ହୋଇଯାଉଥିଲା । କିନ୍ତୁ ବର୍ତ୍ତମାନ ଏହି ପ୍ରଥା ବନ୍ଦ ହୋଇଯାଇଛି । ଏବେ ଆମିଷ ଓ ତମ୍ବା ପାତ୍ରରେ ପଇଡ଼ ପାଣିକୁ ମଦ୍ୟ ରୁପରେ ମା’ ଙ୍କୁ ଅର୍ପଣ କରାଯାଉଛି । ଏଠାରେ ନିଃସନ୍ତାନ ବ୍ୟକ୍ତି ଓ ରୋଗରେ ପଡ଼ିଥିବା ଭକ୍ତମାନେ ମାନସିକ କରିଥାନ୍ତି । ଏହି ମନ୍ଦିରକୁ ଚଢିବା ପାଇଁ ହେଲେ ୯୯୯ ଟି ପାହାଡ଼ ଚଢିବାକୁ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking