36.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗମାଗଣାରେ ଲାପଟପ ଦେଉଛନ୍ତି ମୋଦି ସରକାର, ପଢନ୍ତୁ ପୁରା ତଥ୍ୟ

ମାଗଣାରେ ଲାପଟପ ଦେଉଛନ୍ତି ମୋଦି ସରକାର, ପଢନ୍ତୁ ପୁରା ତଥ୍ୟ

ନୂଆଦିଲ୍ଲୀ: କରୋନା ଭଳି ମହାମାରୀ ସମୟରେ ମାର୍ଚ୍ଚ ମାସ ଠାରୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ମାତ୍ର ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠପଢା ବନ୍ଦ ହୋଇନାହିଁ । କିଛି ଭିଡିଓ କନଫରେନ୍ସ ଆପ୍ଲିକେସନ ମାଧ୍ୟମରେ ଅନଲାଇନ କ୍ଲାସ କରାଯାଉଛି । ଫଳରେ ଛାତ୍ରଛାତ୍ରୀମାନେ ସ୍ମାର୍ଟଫୋନ ଓ କମ୍ପ୍ୟୁଟର ମାଧ୍ୟମରେ ସେମାନଙ୍କ ଶିକ୍ଷକଙ୍କ ସହିତ ପାଠ ପଢା ନେଇ ଆଲୋଚନା କରିପାରୁଛନ୍ତି । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏହ ମେସେଜ ଭାଇରାଲ ହେଉଛି । ଭାଇରାଲ ହେଉଥିବା ମେସେଜ ଅନୁଯାୟୀ, ମୋଦି ସରକାର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଲାପଟପ ପ୍ରଦାନ କରୁଛନ୍ତି । ଭାରତର ସମସ୍ତ ଛାତ୍ରଛାତ୍ରୀଙ୍କୁ ସରକାର ବିନା ମୂଲ୍ୟରେ ଲାପଟପ ପ୍ରଦାନ କରୁଥିବା ଖବର ଏବେ ଘୂରିବୁଲୁଛି । ଏଥିପାଇଁ ଏହି ମେସେଜରେ ଏକ ଲିଙ୍କ ମଧ୍ୟ ଦିଆଯାଇଛି । ଯେଉଁଥିରେ ମାଗଣାରେ ଲାପଟପ ପାଇବା ପାଇଁ ରେଜିଷ୍ଟର କରିବାକୁ ପଡିବ ବୋଲି କୁହାଯାଉଛି । ଲିଙ୍କଟି ହେଉଛି ‘http://bit.ly/Register-For-Free-Laptop’ । ତେବେ ସେ ଯାହା ବି ହେଉ, ଆପଣ ଯଦି ଭାବୁଛନ୍ତି ଏହା ସତ । ତେବେ ଦୂରେଇ ରୁହନ୍ତୁ । କାରଣ ଏହା ହେଉଛି ଏକ ଫେକ ମେସେଜ । ସରକାର ଏମିତି କୌଣସି ସ୍କିମ ଆରମ୍ଭ କରିନାହାନ୍ତି । ତେବେ ଏହା ଫେକ ବୋଲି ପିଆଇବି ଫ୍ୟାକ୍ଟ ଚେକ୍ ପକ୍ଷରୁ ଅବଗତ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking