27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ଉର୍ଜା ରୋଡମ୍ୟାପ୍ ବିକଶିତ ହେଉଛି - ଧର୍ମେନ୍ଦ୍ର ପ୍ରଧାନ

ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ଉର୍ଜା ରୋଡମ୍ୟାପ୍ ବିକଶିତ ହେଉଛି – ଧର୍ମେନ୍ଦ୍ର ପ୍ରଧାନ

 ଆତ୍ମନିର୍ଭର ଉର୍ଜାରେ ସାମିଲ ପାଇଁ ସବୁ ଭାରତୀୟ କମ୍ପାନୀଙ୍କୁ ନିମନ୍ତ୍ରଣ
 ଉର୍ଜା କ୍ଷେତ୍ରକୁ ଅଧିକ ଆତ୍ମନିର୍ଭର କରିବ ଆତ୍ମନିର୍ଭର ଉର୍ଜା ପଦକ୍ଷେପ
 ୫ ଟ୍ରିଲିୟନ ଡ଼ଲାର ଅର୍ଥନୀତି ଲକ୍ଷ୍ୟକୁ ହାସଲ କରିବାରେ ଉର୍ଜା ହେବ ପ୍ରମୁଖ କ୍ଷେତ୍ର
 ବିଗତ ୬ ବର୍ଷରେ ଭାରତର ଉର୍ଜା ସ୍ଥାପତ୍ୟରେ ବଡ଼ ପରିବର୍ତନ
 ଉର୍ଜା ମାଧ୍ୟମରେ ଦେଶବାସୀଙ୍କ ଜୀବନରେ ପରିବର୍ତନ ଆଣିବା ଲକ୍ଷ୍ୟ
ନୂଆଦିଲ୍ଲୀ/ଭୁବନେଶ୍ୱର,: ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ଉର୍ଜାର
ଏକ ସ୍ୱଚ୍ଛ ରୋଡମ୍ୟାପକୁ ବିକଶିତ କରାଯାଉଛି ବୋଲି ଗୁରୁବାର ଆସୋସିଏଟେଡ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ୍‌
ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ(ଆସୋଚାମ୍‌)ର ପ୍ରତିଷ୍ଠା ସପ୍ତାହ -୨୦୨୦ ଅବସରରେ ଆୟୋଜିତ “ଭାରତର ବିକାଶ
ପଥରେ ଇନ୍ଧନକୁ ଉର୍ଜାର ରୂପାନ୍ତରଣ” ଶୀର୍ଷକ ଆଲୋଚନା କାର୍ଯ୍ୟକ୍ରମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ ।
ଉର୍ଜା କ୍ଷେତ୍ରକୁ ବୃହତ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଉର୍ଜା ପଦକ୍ଷେପରେ ସାମିଲ
ହେବା ପାଇଁ ଭାରତର ସମସ୍ତ ସରକାରୀ ଓ ବେସରକାରୀ କମ୍ପାନୀ(ଇଣ୍ଡିଆନ ଆଇଏନସି)କୁ ନିମନ୍ତ୍ରଣ କରିବା
ସହ ଦେଶରେ ଉର୍ଜା ନ୍ୟାୟ ସୁନିଶ୍ଚିତ କରିବା ସଙ୍ଗେସଙ୍ଗେ ଉର୍ଜା ଦାରିଦ୍ର‌୍ୟକୁ ସମାପ୍ତ କରିବାକୁ ହେବ ବୋଲି ସେ
କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟଙ୍କ ଜୀବନରେ ଅଧିକ ଉନ୍ନତି ଆଣିବା ପାଇଁ ଅଧିକ ଉର୍ଜାର
ଆବଶ୍ୟକତା ରହିଛି । ଆମର ଉର୍ଜା କ୍ଷେତ୍ର ଅଭିବୃଦ୍ଧି କେନ୍ଦ୍ରିକ, ଶିଳ୍ପ ଅନୁକୂଳ ଏବଂ ପରିବେଶ ସନ୍ତୁଳିତ । ଆମର
ଜାତୀୟ ବିକାଶ ଏବଂ ଆଗାମୀ ବର୍ଷରେ ୫ ଟ୍ରିଲିୟନ ଆମେରିକୀୟ ଡ଼ଲାର ଅର୍ଥନୀତି ଲକ୍ଷ୍ୟକୁ ହାସଲ
କରିବାରେ ଉର୍ଜା ଏକ ପ୍ରମୁଖ କ୍ଷେତ୍ରର ମାଧ୍ୟମ ହେବ ।
ବିଗତ ୬ ବର୍ଷରେ ଭାରତର ଉର୍ଜା ସ୍ଥାପତ୍ୟରେ ଏକ ବଡ଼ ପରିବର୍ତନ ହୋଇଛି । ଯଦ୍ୱାରା ଦେଶରେ ଉର୍ଜା
ଦାରିଦ୍ୟକୁ ଶେଷ କରିବା ଦିଗରେ ଏକ ବୃହତ ଆମର ଇଚ୍ଛାଶକ୍ତି ଦୃଢ ହୋଇଛି । କୋଭିଡ୍‌-୧୯ର ସଂକଟକୁ
ଉର୍ଜା କ୍ଷେତ୍ର ସୁଯୋଗରେ ପରିଣତ କରିଛି । କୋଭିଡ-୧୯ର ପରବର୍ତୀ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦିଙ୍କ ନେତୃତ୍ୱରେ ନିରନ୍ତର ସଂସ୍କାଣ ଏବଂ ସଠିକ୍ ଦୂରଦୃଷ୍ଟି ଭାରତକୁ ଅଧିକ ଆତ୍ମନିର୍ଭର କରିବା ପାଇଁ ବଡ
ଖୋରାକ୍ ଯୋଗାଇଛି । ଶିଳ୍ପ ସମୂହଙ୍କ ଅଂଶଗ୍ରହଣ ଏବଂ ପୁଞ୍ଜନିବେଶ ସହ ଦେଶର ଉର୍ଜା କ୍ଷେତ୍ର ଅନେକ
ସୁଯୋଗ ଆଣିଦେଇଛି ।
ଉର୍ଜା କ୍ଷେତ୍ର ତଥା ଅନ୍ୱେଷଣ ଏବଂ ଉତ୍ପାଦନ (ଇ ଏବଂ ପି), ବିଶୋଧନାଗାର, ଜୈବଇନ୍ଧନ, ଷ୍ଟ୍ରାଟେଜିକ୍‌
ପେଟ୍ରୋଲିୟମ ଭଣ୍ଡାର, ଏଲଏନଜି କ୍ଷମତା ବୃଦ୍ଧି, ଗବେଷଣା ଏବଂ ବିକାଶ(ଆର ଏବଂ ଡ଼ି) କ୍ଷେତ୍ରର ବିକାଶ
ପାଇଁ ସବୁପ୍ରକାର ଉଦ୍ୟମ ଜାରୀ ରହିଛି । ଏହି ଆଧାରରେ ସ୍ୱଚ୍ଛ ମାର୍ଗକୁ ଗ୍ରହଣ ଆଣିବା,ଆର୍ôଥକ ବିକାଶ,
ଦେଶବାସୀଙ୍କ ପାଇଁ ନୂଆ ସୁଯୋଗ ପ୍ରଦାନ କରିବା ଦିଗରେ ଦୃଷ୍ଟି ଦିଆଯାଉଛି ।
ଦେଶରେ ପାଇପଲାଇନ, ସିଟି ଗ୍ୟାସ ବିତରଣ, ଏଲଏନଜି, ରି-ଗ୍ୟାସିଫିକେସନ ଟର୍ମିନାଲ ସହ ଗ୍ୟାସ
ଭିତିଭୂମିର ବିକାଶ ପାଇଁ ୬୦ ବିଲିୟନ ଆମେରିକୀୟ ଡଲାର ପୁଞ୍ଜନିବେଶ କରାଯାଉଛି । ସେହିପରି ୨୦
ବିଲିୟନ ଆମେରିକୀୟ ଡଲାର ନିବେଶରେ ଆଗାମୀ ଦିନରେ ଭାରତ ସରକାର ୫ ହଜାର ସିବିଜି ପ୍ଲାଂଟ୍‌
ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ସିବିଜି ପ୍ଲାଂଟରେ ବାର୍ଷିକ ୧୫ ମିଲିୟନ ମେଟ୍ରିକ ଟନ ସିବିଜି
ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି । ବର୍ତମାନ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ୧୫୦୦ ସିବିଜି ପ୍ଲାଂଟର
କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking