41.1 C
Bhubaneswar
Sunday, April 28, 2024
Homeବିଜିନେସ୍ତୁର୍କୀକୁ ରପ୍ତାନୀ କାରବାର ବାଧାପ୍ରାପ୍ତ ଆଶଙ୍କା

ତୁର୍କୀକୁ ରପ୍ତାନୀ କାରବାର ବାଧାପ୍ରାପ୍ତ ଆଶଙ୍କା

ନୂଆଦିଲ୍ଲୀ: ତୁର୍କୀରେ ଘଟିଥିବା ଭୟାବହ ଭୂମିକମ୍ପ ଯୋଗୁଁ ସେଠାକୁ ଭାରତୀୟ ସାମଗ୍ରୀର ରପ୍ତାନୀ କାରବାର ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ଉପୁଜିଛି । ଭାରତ ପକ୍ଷରୁ ତୁଳା, ସୂତା ଏବଂ କପଡାରେ ବ୍ୟବହୃତ ରଙ୍ଗ ଇତ୍ୟାଦି ତୁର୍କୀକୁ ରପ୍ତାନୀ କରାଯାଇଥାଏ । ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୮ ହଜାର ଅତିକ୍ରମ କରିଥିବାବେଳେ ୨୦ ଲକ୍ଷରୁ ଅଧିକ ଲୋକ ବିପନ୍ନ ହୋଇପଡିଛନ୍ତି । ସାଧାରଣ ସମ୍ପତ୍ତିର ନାହିଁ ନଥିବା କ୍ଷତି ଘଟିଥିବାବେଳେ ବ୍ୟବସାୟିକ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ତୁର୍କୀର ଇସ୍‌କେନ୍‌ଡେରୁନ୍ ବନ୍ଦର ଆଜକୁ ଛଅଦିନ ହେବ ବନ୍ଦ ରହିଛି ।

ଭୂକମ୍ପ ପ୍ରଭାବିତ ଗାଜିଆନ୍‌ଟେପ୍ ଓ ଖାରାମାନ୍‌ମାରାସ୍ ସହରରେ ଥିବା ଟେକ୍ସଟାଇଲ କାରଖାନାଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଭୂମିକମ୍ପ ପରେ ତୁର୍କୀ ମୁଦ୍ରା (ଲିରା)ର ବିନିମୟ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ଏହି ପରିପ୍ରେକ୍ଷୀରେ ଭାରତରୁ ଉପରୋକ୍ତ ସାମଗ୍ରୀର ରପ୍ତାନୀ ବାଧାପ୍ରାପ୍ତ ହେବ ବୋଲି ଫେଡେରେସନ ଅଫ୍ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେସନର ମହାନିର୍ଦ୍ଦେଶକ ଅଜୟ ସହାୟ କହିଛନ୍ତି । ୨୦୨୨ ଏପ୍ରିଲ-ନଭେମ୍ବରରେ ଭାରତ ପକ୍ଷରୁ ତୁର୍କୀକୁ ୬.୨ ବିଲିୟନ ଡଲାର ସାମଗ୍ରୀ ରପ୍ତାନୀ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking