23.1 C
Bhubaneswar
Monday, May 13, 2024
Homeଅପରାଧଅନୈତିକ ସମ୍ପର୍କ ରଖିବାକୁ ଯାଇ ଧରା ପଡିଗଲେ ଯୁବକ

ଅନୈତିକ ସମ୍ପର୍କ ରଖିବାକୁ ଯାଇ ଧରା ପଡିଗଲେ ଯୁବକ

ମୟୁରଭଞ୍ଜ: ଯେତେବେଳେ ପରକୀୟା ପ୍ରୀତିର ନିଶା ଲାଗିଯାଏ ସେତେବେଳେ ମଣିଷ ଭଲ ମନ୍ଦର ବିଚାର କରିପାରେନି। ଚୋରା ପ୍ରେମର ନିଶା ମନପ୍ରାଣକୁ ମତୁଆଲା କରିଦିଏ।ଭଲମନ୍ଦ ବିଚାର କରିବା ପୂର୍ବରୁ ହୋଇ ଯାଇଥାଏ ଭୁଲ। ଯୋଉ ଭୁଲର ସଂଶୋଧନ କରିବା ବଡ଼ କଷ୍ଟଦାୟକ। ସାମାନ୍ୟ ଉନ୍ମାଦନା ଭବିଷ୍ୟତ ଅନିଶ୍ଚିତ କରିଦେଇଥାଏ। ତଥାପି ଭୁଲ କରି ବସେ ମଣିଷ। ଠିକ ସେଇଭଳି ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳରୁ।ଯେଉଁଠାରେ ଜଣେ ବିବାହିତା ମହିଳା ଓ ଜଣେ ବିବାହିତ ଯୁବକଙ୍କୁ ଅସଂଯତ ଅବସ୍ଥାରେ ଧରିଛନ୍ତି ଗ୍ରାମବାସୀ। ମିଳିଥିବା ସୂଚନା ଅନୁସାରେ ରାତ୍ରି ଭୋଜନ ସାରି ସମସ୍ତେ ଶୋଇଥିବା ବେଳେ ଘନ କୁହୁଡିର ସୁଯୋଗ ନେଇ ବିକ୍ରମ ବେହେରା ନାମକ ଯୁବକ ଜୈନିକା ମହିଳାଙ୍କ ଘରକୁ ପଶିଯାଇଥିଲେ। ପଲଙ୍କ ହଲିବାର ଶବ୍ଦ ସାଙ୍ଗକୁ ଘରେ ଆଉ ଜଣେ କେହି ପୁରୁଷ ଲୋକର କଥାଶୁଣି ସନ୍ଦେହରେ ବାହାରୁ କବାଟ ବନ୍ଦ କରିଦେଇଥିଲେ ଓ ସମସ୍ତ ଗ୍ରାମବାସୀ ରୁଣ୍ଡ ହୋଇ ଯୁବକକୁ ଧରି ତାର ହାତକୁ ବାନ୍ଧି ଦେଇଥିଲେ। ପରେ ନିନ୍ଦା ଅପଵାଦାର ସମ୍ମୁଖୀନ କରାଇ ବେଇଜ୍ଜତ କରାଇଥିଲେ।

ତେବେ ପ୍ରେମୀଯୁଗଳ ଦୀର୍ଘବର୍ଷ ଧରି ଉଭୟ ଉଭୟଙ୍କୁ ଭଲ ପାଇ ଆସୁଥିଲେ ବୋଲି ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ। ଧରା ପଡ଼ିଥିବା ଯୁବକ ଯୁବତୀଙ୍କ ପ୍ରତିକ୍ରିୟା ନେବାରୁ ଅନୈତିକ ସମ୍ପର୍କକୁ ଖଣ୍ଡନ କରିଥିଲେ। ଘଟଣା ପ୍ରଘଟ ହେବା ପରେ ଚିତ୍ରଡା ଫାଣ୍ଡି ଅଧିକାରୀ ଆସି ଯୁବକକୁ ସାଙ୍ଗରେ ଫାଣ୍ଡିକୁ ନେଇଯାଇଥିଲେ। ତେବେ ଏହି କ୍ଷେତ୍ରରେ ପରକୀୟା ପ୍ରୀତି ସମ୍ପୂର୍ଣ୍ଣରୂପେ ମହଙ୍ଗା ପଡିଛି ଯାହାକୁନେଇ ସ୍ଥାନୀୟ ଅଞ୍ଚଳରେ ଖୁବ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ନିରୀହ ପୁରୁଷ ଲୋକଟି ସ୍ତ୍ରୀ ପିଲାଙ୍କ ପେଟକୁଦାନା,ଦେହକୁକନା ଯୋଗାଡ଼ କରି ସମସ୍ତଙ୍କ ମୁହଁରେ ହସ ଫୁଟାଇବାକୁଯାଇ ନିଜେ ନିଜକୁ କଷ୍ଟ ଦେଇ ହାଡଫଟା ପରିଶ୍ରମ କରୁଛି। କିନ୍ତୁ ଅନ୍ୟପଟେ ପେଟର ଭୋକ ବଦଳରେ ଦେହର ଭୋକ ମେଣ୍ଟାଇବା ପାଇଁ ଅନ୍ୟ ପୁରୁଷ ନିକଟରେ ନିଜକୁ ସମର୍ପି ଦେଉଥିବା ଅଭିଯୋଗ ବାସ୍ତବରେ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking