29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶ୩ ଆତଙ୍କବାଦୀ ନିହତ

୩ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀର ପୁଲୱାମାରେ ୩ ଆତଙ୍କବାଦୀଙ୍କୁ ସଫା କରିଛି ସେନା। ଜାମ୍ମୁ କାଶ୍ମୀରରେ ଗତ ୨୪ ଘଣ୍ଟାରେ ଏହା ୨ୟ ଏନକାଉଣ୍ଟର। ସେନାର କହିବା ମୁତାବକ, ଦକ୍ଷିଣ କାଶ୍ମୀର ପୁଲୱାମାର ଯଦୁରା ଗାଁରେ ଯବାନଙ୍କ ଦ୍ଵାରା ୩ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସହ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଥିବା ଜଣେ ଯବାନ ସହିଦ ହୋଇଛନ୍ତି।

ଜମ୍ମୁ-କଶ୍ମୀରରେ ୨୪ଘଣ୍ଟା ମଧ୍ୟରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ମୁକାବିଲା | ଏହାପୂର୍ବରୁ ଶୁକ୍ରବାର ଦିନ ଶୋପିଆଁ ଜିଲ୍ଲାର କିଲୋରା ଅଞ୍ଚଳରେ ଏକ ଏନକାଉଣ୍ଟର ବେଳେ ସୁରକ୍ଷା ବାହିନୀ ଏବଂ ଜମ୍ମୁ-କଶ୍ମୀର ପୁଲିସ ମିଳିତ ଭାବରେ ୪ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଏହା ସହ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲା ବୋଲି ଅଧିକାରୀମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking