39.1 C
Bhubaneswar
Tuesday, April 23, 2024
Homeଓଡିଶାବନ୍ୟା ପ୍ରଭାବିତ ଅଞ୍ଚଳରେ କରୋନା ସଚେତନତା ଓ  ରିଲିଫ ବଣ୍ଟନର ଉନଷଷ୍ଠୀଶତୋତ୍ତର ଦିବସୀୟ କାର୍ଯ୍ୟକ୍ରମ   ...

ବନ୍ୟା ପ୍ରଭାବିତ ଅଞ୍ଚଳରେ କରୋନା ସଚେତନତା ଓ  ରିଲିଫ ବଣ୍ଟନର ଉନଷଷ୍ଠୀଶତୋତ୍ତର ଦିବସୀୟ କାର୍ଯ୍ୟକ୍ରମ     

ଯାଜପୁର :  ସମଗ୍ର ବିଶ୍ଵକୁ ମହାମାରୀ କରୋନାମୁକ୍ତ କରିବା ପାଇଁ ଜାତୀୟ, ଅନ୍ତର୍ଜାତୀୟ ତଥା ଆଞ୍ଚଳିକ ସ୍ତରରେ ବହୁ ପଦକ୍ଷେପ ନିଆଯାଉଥିବା ବେଳେ ସଚେତନତାର ଆବଶ୍ୟକତାକୁ ଉପଲବ୍ଧିକରି  ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ମଙ୍ଗଳପୁରସ୍ଥ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଆଜକୁ ଦୀର୍ଘ ୧୫୯ଦିନ ଧରି ଜାରିରଖିଛି ତା’ର ସଚେତନତା କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସ୍ଥାନ ମାନଙ୍କରେ । ମହାମାରୀ କରୋନା ସହ ମହାକାଳ ବନ୍ୟାର ତାଣ୍ଡବଲୀଳାରୁ ଲୋକମାନଙ୍କୁ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇ ଆଜକୁ ଦୀର୍ଘ ୪ଦିନ ଧରି ସଂଗଠନ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ବନ୍ୟାପ୍ରଭାବିତ ବିଭିନ୍ନ ଅଞ୍ଚଳମାନଙ୍କରେ ବଜାୟ ରଖିଛି ସଚେତନତା ସହ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ।ଆଜି ଓଡ଼ିଶା ରାଜ୍ୟର ବାବଲପୁରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ଓ ପୂର୍ବ ଯାଜପୁର ଜିଲ୍ଲାର ଗରବନ୍ଧ,ବାଲିସାହି, ସାନ ହଳପଡା ସମେତ ବିଭିନ୍ନ ସ୍ଥାନ ମାନଙ୍କରେ ରିଲିଫ ବଣ୍ଟନ ସହ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଥିବାର ଦେଖିବାକୁ ମିଳିଥିଲା ।

ଏଥିରେ ନିର୍ଦ୍ଦେଶକ ସାଧୁ ନିଲୁ ବାବା, ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡଲଫିନ୍ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର,ବିଂଝାରପୁର ନିର୍ବାଚନ ମଣ୍ଡଳୀର ସାତନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ମାମିନା ମଲ୍ଲିକ,ଜ୍ୟୋତିଶଙ୍କର ରାୟ, ମାନସ ସେଠ, ସାମାଜିକ ସଂଗଠନ ସ୍ମାର୍ଟ ଗ୍ରୁପର ସଭାପତି ଶ୍ରୀଯୁକ୍ତ ପ୍ରୀତିସାଗର ସାହୁ (ରିପୁ),ଯୁବସମାଜସେବୀ ତଥା ଶିକ୍ଷାବିତ ବିଦ୍ୟାସାଗର ବେହେରାଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନେ ଯୋଗଦାନ କରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ସମଗ୍ର ବିଶ୍ଵରୁ ମହାମାରୀ କରୋନାର ବିନାଶ ହେବାଯାଏ ଏହି ନିରସ୍ତ୍ର କରୋନା ଯୋଦ୍ଧାଙ୍କ ସଂଗ୍ରାମ ଜାରି ରହିବା ସହ ବନ୍ୟା ପ୍ରଭାବିତ ଅଞ୍ଚଳମାନଙ୍କରେ ଲୋକମାନଙ୍କ ଅବସ୍ଥାରେ ପରିବର୍ତ୍ତନ ଆସିବାଯାଏ ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳର ମାନଙ୍କରେ ଜାରିରହିବ ବୋଲି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାଶ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking