39.1 C
Bhubaneswar
Friday, April 26, 2024
Homeଓଡିଶାହାତୀ ଆକ୍ରମଣରେ ଜଣେ ମୃତ, ଶବ ସତ୍କାର ପାଇଁ ୨୦ ହଜାର ସହାୟତା

ହାତୀ ଆକ୍ରମଣରେ ଜଣେ ମୃତ, ଶବ ସତ୍କାର ପାଇଁ ୨୦ ହଜାର ସହାୟତା

ରାଉରକେଲା : ଏକ ୧୮ ଜଣିଆ ହାତୀପଲ ସୁନ୍ଦରଗଡ଼ ଜିଲାର ଲାଠିକଟା ବ୍ଲକର ସୋନାପର୍ବତ, କନରସୁଆଁ, ସିଉଡ଼ିହି,ଠେପାଟୋଲି ନିକଟରେ ଆତଙ୍କ ଜାହିର କରିବାରେ ଲାଗିଛନ୍ତି । ଏହି ୧୮ ଜଣିଆ ହାତୀପଲରେ ୮ଟି ମାଈ ହାତୀ, ୫ଟି ଦନ୍ତା ଓ ୫ଟି ଛୁଆ ହାତୀ ରହିଥିବା ଜଣାପଡ଼ିଛି । ହାତୀପଲ ସୋନାପର୍ବତ ଅଂଚଳରେ ବିଚରଣ କରିବା ଦେଖିବାକୁ ମିଳିଥିଲା । ବନବିଭାଗ କର୍ମଚାରୀ ମାନେ ୧୮ ଜଣିଆ ହାତୀପଲଙ୍କୁ ଘଉଡ଼ାଇଥିଲେ । ହାତୀପଲ ସିଉଡ଼ିହି ଅଭିମୁଖେ ଯିବା ପରେ ଏନ୍‌ଏଚ୍‌-୧୪୩ କଡ଼କଡ଼େ ହାତୀପଲଙ୍କୁ ନିଆଯାଉଥିବା ସମୟରେ ସିଉଡ଼ିହି ବ୍ରିଜ ଠାରୁ କିଛି ଦୂରରେ ରଜାବସା ଗ୍ରାମର ଖୁଚୁଟୋଲିର ୪୫ ବର୍ଷିୟ ତିଲକ ସିଂ ଭୂମିଜ ଗତକାଲି ରାତ୍ରି ପ୍ରାୟ ୯.୩୦ ମିନିଟ ସମୟରେ ହାତୀପଲଙ୍କ ହାବୁଡ଼ରେ ପଡ଼ି ଯାଇôଲେ । ଏକ ଦନ୍ତା ହାତୀ ତିଲକଙ୍କୁ ଆକ୍ରମଣ କରିଥିଲା । ହାତୀ ଆକ୍ରମଣର ଶୀକାର ହୋଇ ସେ ରକ୍ତାକ୍ତ ହୋଇ ଛଟପଟ ହେଉଥିବା ବେଳେ, ବନବିଭାଗ ସହାୟତାରେ ତାଙ୍କୁ ରାଉରକେଲା ସରକାରୀ ହସ୍ପଟାଲ(ଆରଜିଏଚ)ରେ ଚିକିତ୍ସା ଲାଗି ଭର୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତିଲକଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଲାଠିକଟା ଥାନାରେ ଏକ ମାମଲା ରୁଜୁ ହୋଇଛି । । ମୃତ ବ୍ୟକ୍ତିଙ୍କ ଶବ ସତ୍କାର ଲାଗି ୨୦ ହଜାର ସହାୟତା ରାଶି ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking