26.1 C
Bhubaneswar
Thursday, May 28, 2026
Homeଦେଶ ବିଦେଶମନ୍ଦିରରେ ହାତୀ ଉତ୍ପାତ; ୩ ମୃତ, ୩୦ ଆହତ

ମନ୍ଦିରରେ ହାତୀ ଉତ୍ପାତ; ୩ ମୃତ, ୩୦ ଆହତ

କୋଝିକୋଡେ: କେରଳର କୋଝିକୋଡେ ସ୍ଥିତ ମାନାକୁଲାଙ୍ଗାରା ମନ୍ଦିର ପ୍ରାଙ୍ଗଣରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ଦୁଇଟି ପୋଷା ହାତୀ ଉନ୍ମତ୍ତପ୍ରାୟ ହୋଇପଡିବାରୁ ୩ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଏହି ଘଟଣାରେ ଆହତ ଅନ୍ୟ ୩୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଏହି ଧାର୍ମିକ ଉତ୍ସବ ପାଇଁ ମନ୍ଦିରରେ ସହସ୍ରାଧିକ ଭକ୍ତଙ୍କ ସମାଗମ ଘଟିଥିବା ବେଳେ ଦୁଇଟି ସୁସଜ୍ଜିତ ହାତୀଙ୍କୁ ମଧ୍ୟ ସାମିଲ କରାଯାଇଥିଲା।

ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ବାରଣ ଥିବା ସତ୍ତ୍ୱେ କିଛି ଭକ୍ତମାନେ ବାଣ ଫୁଟାଇଥିଲେ, ଯାହାଫଳରେ ହାତୀ ୨ଟି ଭୟଭୀତ ହୋଇପଡିଥିଲେ। ହାତୀ ୨ଟି ମାହୁନ୍ତଙ୍କ ନିୟନ୍ତ୍ରଣ ନରହି ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ। ଯାହାଫଳରେ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ହାତୀଦ୍ୱୟ ମନ୍ଦିର ପାଚେରିୀକୁ ମଧ୍ୟ ଭାଙ୍ଗିଦେଇଥିଲେ। ତେବେ ବେଶ୍ କିଛି ଘଣ୍ଟାର ପରିଶ୍ରମ ପରେ ମାହୁନ୍ତମାନେ ହାତୀଦ୍ୱୟକୁ କାବୁ କରିଥିଲେ। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିଥିବାବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking