31.1 C
Bhubaneswar
Wednesday, May 8, 2024
Homeଓଡିଶାହାତୀ ଆକ୍ରମଣରେ ୪ ମୃତ

ହାତୀ ଆକ୍ରମଣରେ ୪ ମୃତ

ବରଗଡ଼ : ହାତୀ ଆକ୍ରମଣରେ ୪ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି, ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ବିଜେନମୁଣ୍ଡା ଗାଁ’ରେ । ଏନେଇ ହାତୀକୁ ଘଉଡ଼ାଇବାକୁ ବନବିଭାଗ ପକ୍ଷରୁ ଜୋରଦାର୍ ଉଦ୍ୟମ ଚାଲିଛଇ । ଏହାକୁ ନେଇ ଗ୍ରାମରେ ଉତେଜନା ଦେଖରାଦେଇଛି ।
ସୂଚନା ଅନୁଯାୟୀ, ସୂଚନା ଅନୁଯାୟୀ, ବିଜେନମୁଣ୍ଡା ସାହିରେ ରାତିରେ ହାତୀ ପଶି ଶୋଇଥିବା ବେଳେ ଜଣେ ୭୫ ବର୍ଷୀୟ ବୃଦ୍ଧ(ଦ୍ବାରିକାନାଥ ପାଣ୍ଡେ) ଦଳି ମାରିଦେଇଥିବା ବେଳେ ଭୋର ସମୟରେ ଶୌଚ ହେବାକୁ ଯାଇଥିବା ଅନ୍ୟତିନି ଜଣଙ୍କୁ ମଧ୍ୟ ହାତୀ କଚାଡି ମାରିଦେଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଦ୍ବାରିକାନାଥ ପାଣ୍ଡେଙ୍କ ପୁଅ ଗୋଲେଇ ପାଣ୍ଡେ। ତାଙ୍କର ବୟସ ୪୫ ବର୍ଷ ।ଦ୍ବାରିକାନାଥଙ୍କ ନାତି ପିଣ୍ଟୁ (୧୨) ଓ ବିଜେନମୁଣ୍ଡା ଗାଁର ହେମସାଗର ସାହୁ(୫୦)ଙ୍କୁ ବି ହାତୀ ଦଳି ଦେଇଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନରହନ୍ତା ହାତୀକୁ ଘଉଡାଇବାକୁ ପଦ୍ମପୁର ବନ ବିଭାଗ ପକ୍ଷରୁ ଜୋରଦାର୍ ଉଦ୍ୟମ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking