28.5 C
Bhubaneswar
Wednesday, April 22, 2026
Homeଓଡିଶାବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା

ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା

କାମାକ୍ଷାନଗର: ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ କୋରିଆପାଳ ଗାଁରେ ଅଭାବନୀୟ ଘଟଣା ଘଟିଛି। ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ କୋରିଆପାଳ ଗାଁର ବିଦ୍ୟାଧର ଦେହୁରୀ ବୋଲି ଜଣାପଡିଛି। ବିଦ୍ୟାଧର ଦେହୁରୀ ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ଦାନ୍ତହାତୀ ହାବୁଡ଼ରେ ପଡିଯାଇଥିଲେ । ଦନ୍ତା ହାତୀ ବିଦ୍ୟାଧରଙ୍କୁ ଟେକି କଚାଡି ଦେଇଥିଲା । ବିଦ୍ୟାଧର ଙ୍କର ଚିତ୍କାର ଶୁଣି ପାଖରେ ଥିବା ଗ୍ରାମବାସୀ ଘଟଣା ସ୍ଥଳକୁ ପଳାଇ ଆସିବାରୁ ଦାନ୍ତହାତୀ ନିକଟ ଜଙ୍ଗଲକୁ ଚାଲିଯାଇଥିଲା । ପରେ ଗୁରୁତର ଅବସ୍ଥାରେ ବିଦ୍ୟାଧରଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ରାସବିହାରୀ ବେହେରା ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking