33.1 C
Bhubaneswar
Friday, April 26, 2024
Homeଓଡିଶାବିଦ୍ୟୁତ୍ ଯନ୍ତାରେ ପଡ଼ି ଦନ୍ତାହାତୀ ମୃତ

ବିଦ୍ୟୁତ୍ ଯନ୍ତାରେ ପଡ଼ି ଦନ୍ତାହାତୀ ମୃତ

ହିନ୍ଦୋଳ : ଶିକାରୀମାନଙ୍କ ଦ୍ୱାରା ବିଛାଇଥିବା ବିଦ୍ୟୁତ ଯନ୍ତାରେ ପଡ଼ି ମଙ୍ଗଳବାର ଏକ ଦନ୍ତାହାତୀ ମୃତ୍ୟୁବରଣ କରିଛି । ଉକ୍ତ ହାତୀଟି ମଙ୍ଗଳବାରଠାରୁ ମୃତ୍ୟୁବରଣ କରିଥିଲେ ହେଁ ବୁଧବାର ଦିନ ୩ଟାରେ ଏ ସମ୍ପର୍କରେ ଖବର ହିନ୍ଦୋଳ ବିଭାଗୀୟ ଅଧିକାରୀଙ୍କ ହସ୍ତଗତ ହୋଇଥିଲା ।
ସୂଚନା ଅନୁଯାୟୀ, ହିନ୍ଦୋଳ ବନାଞ୍ଚଳର ଖଜୁରିଆକଟା ସେକ୍ସନ ଅନ୍ତର୍ଗତ ଗୁରିଲୋ ଗ୍ରାମ ନିକଟସ୍ଥ କାଜୁ ବଗଚାରେ କରେଣ୍ଟ ଲାଗି ଦନ୍ତାହାତୀ ମୃତ୍ୟୁବରଣ କରିଥିବାର କେତେକ ଗ୍ରାମବାସୀ ଉକ୍ତ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ହିନ୍ଦୋଳ ବନାଞ୍ଚଳ ଅଧିକାରୀଙ୍କ ସମେତ ଖଜୁରିଆକଟା ବନପାଳ ଓ କେତେକ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ତାର ଜବତ୍ ସହ ଘଟଣାର ପ୍ରାଥମିକ ଅନୁସନ୍ଧାନ କରିଥିଲେ ହେଁ କିଛି ସୁରାକ୍ ପାଇପାରିନଥିଲେ । ତେବେ ମୃତ ହାତୀଟିର ପଛପାଶ୍ୱର୍ରୁ କିଛି ଅଙ୍ଗ ପୋଡ଼ିଯାଇଥିବା ଦେଖାଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୮-୧୯ରେ ଉକ୍ତ ସେକ୍ସନ ଅନ୍ତର୍ଗତ କଡ଼ଲା, ଡେଙ୍ଗବୁରୀ ଓ ଦୁଦୁରକୋଟ ଅଞ୍ଚଳରେ ଏଭଳି ଶିକାରୀ ଦ୍ୱାରା ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତିନି-ତିିନିଟି ହାତୀ ଅକାଳରେ ମୃତ୍ୟୁବରଣ କରିଛନ୍ତି । ତେବେ ବିଭାଗ ଘଟଣାଗୁଡ଼ିକୁ ପ୍ରତି ହେୟଜ୍ଞାନ ମନେକରି ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପରିବର୍ତ୍ତେ କୋହଳ କରିବାରୁ ମଙ୍ଗଳବାର ବିଳମ୍ବିତ ରାତିରେ ସେକ୍ସନରେ ଗୁରିଲୋ ନିକଟସ୍ଥ କାଜୁବଗିଚାରେ ଏପରି ପୁଣି ଏକ ଦନ୍ତାହାତୀ ମରିଥିବା ପୁନରାବୃତ୍ତି ଘଟିିଛି । ଏସିଏଫ୍ ଓ ସରୋଜ ବିଶ୍ୱାଳ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ହରମୋହନ ନାୟକ ଘଟଣାସ୍ଥଳରେ ଉପସ୍ଥିତ ରହି ଏହାର ତଦନ୍ତ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking