22.1 C
Bhubaneswar
Sunday, January 23, 2022
Homeଅପରାଧଗଞ୍ଜେଇ କାରବାର : ୫ ଗିରଫ

ଗଞ୍ଜେଇ କାରବାର : ୫ ଗିରଫ

ଦେବଗଡ଼ : କୁଣ୍ଢେଇଗୋଳା ଥାନା କରଲଗା ଗ୍ରାମରେ ଗଞ୍ଜେଇ କାରବାର ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୨୯ କେଜି ୫୦୦ ଗଞ୍ଜେଇ , ୩ଟି ବାଇକ, ଗୋଟିଏ ବୋଲେରୋ, ୬ଟା ମୋବାଇଲ ଫୋନ, ଏଟିଏମ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଓ ନଗଦ ୩୦ ହଜାର ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅରୁଣ କୁମାର ସାହୁ(୪୭), ଟୁନା ପ୍ରଧାନ, ରିନୁନ ବେହେରା (୩୦), ବିନୋଦ କୁମାର ସାହୁ(୨୭), ପୁରୁଷୋତ୍ତମ ସାହୁ(୩୧) ।
ସୂଚନା ଅନୁଯାୟୀ, କରଲଗା ଗ୍ରାମ ଦେଇ ଯାଇଥିବା ରେଙ୍ଗାଲି-ବୁଢ଼ାପାଳ ରାସ୍ତା କଡ଼ରେ ଚା’ଦୋକାନ ଖୋଲି ଥିବା ଉକ୍ତ ଗ୍ରାମର ଅରୁଣ ଗଞ୍ଜେଇ କାରବାର ଚଳାଇଥିବା ସୂଚନା ପାଇ ପୁଲିସ ଉକ୍ତ ଦୋକାନ ଉପରେ ଚଢ଼ଉ କରିଥିଲା । ବୁଧବାର ସକାଳେ ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ମନୋରଞ୍ଜନ ବଗାରଙ୍କ ଉପସ୍ଥିତିରେ କୁଣ୍ଢେଇଗୋଳା ଥାନା ଅଧିକାରୀ ମଳୟ କୁମାର ନାୟକ ସଦଳବଳ ଚଢ଼ଉ କରିଥିଲେ । ସମ୍ବଲପୁର ଅଞ୍ଚଳରୁ ଗଞ୍ଜେଇ ଆଣି ଉକ୍ତ ଅଞ୍ଚଳରେ ଚା’ ଦୋକାନୀ ଅରୁଣ କାରବାର କରୁଥିବା ବେଳେ ଆଉଁଳି ଗ୍ରାମର ଟୁନା ପ୍ରଧାନ ଏକ ବୋଲେରୋ ଯୋଗେ ତାଙ୍କ ସହଯୋଗୀ କରଲଗା ଗ୍ରାମର ରିନୁନ ବେହେରା, ଛେଣ୍ଡିପଦା ଥାନା ଖଇରବେର୍ଣ୍ଣୀ ଗ୍ରାମର ବିନୋଦ କୁମାର ସାହୁ, ନାକଟିଦେଉଳ ଥାନା କୁମାରା ଗ୍ରାମର ପୁରୁଷୋତ୍ତମ ସାହୁ ବ୍ୟବସାୟ ଉଦ୍ଦେଶ୍ୟରେ ଅରୁଣଙ୍କ ନିକଟକୁ ପହଞ୍ଚାଇଥିବା ପୁଲିସ ନିକଟରେ ସ୍ୱୀକାର କରିବା ପରେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ରତନପୁର ଗ୍ରାମର ଇନ୍ଦ୍ରମଣି ବେହେରା ଘଟଣାସ୍ଥଳରୁ ଫେରାର ହୋଇଥିଲେ । ପୁଲିସ ନିକଟରେ ଅଭିଯୁକ୍ତମାନେ ଘଟଣାରେ ସମ୍ପୃକ୍ତି ଥିବା ସ୍ୱୀକାର କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking