27.1 C
Bhubaneswar
Wednesday, June 26, 2024
Homeଓଡିଶାଓଡ଼ିଶାବାସୀ ଚାହୁଁଛନ୍ତି “ମୋଦି ଗ୍ୟାରେଂଟି”: ସ୍ମୃତି ଇରାନୀ

ଓଡ଼ିଶାବାସୀ ଚାହୁଁଛନ୍ତି “ମୋଦି ଗ୍ୟାରେଂଟି”: ସ୍ମୃତି ଇରାନୀ

କୁଜଙ୍ଗ/ ଆଳି/ରେମୁଣା/ଭୁବନେଶ୍ୱର, : ନିର୍ବାଚନୀ ପ୍ରଚାର ପାଇଁ ଦିନିକିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଶ୍ରୀମତି ଇରାନୀ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀର କୁଜଙ୍ଗ, ଆଳି ଓ ରେମୁଣାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିଛନ୍ତି ।

ଶ୍ରୀମତୀ ଇରାନୀ କହିଛନ୍ତି ଯେ, “ମୋଦି ଗ୍ୟାରେଂଟି”କୁ ଓଡ଼ିଶାର ଲୋକେ ଚାହୁଁଛନ୍ତି । ବିଜେପି ‘ଆମେଠିରୁ ରାହୁଳଙ୍କୁ ହଟାଇଛି, ଓଡ଼ିଶାରୁ ବିଜେଡି’କୁ ହଟାଇବ । ଓଡିଶାରେ ରିମୋଟ୍ କଂଟ୍ରୋଲରେ ସରକାର ଚାଲିଛି । ରିମୋଟ୍ ଧରି ତାମିଲବାବୁ ଓଡ଼ିଶାକୁ ଲୁଟୁଛନ୍ତି । ଓଡ଼ିଶାକୁ କବଜା କରି ରଖିଛନ୍ତି ତାମିଲବାବୁ । ୨୫ବର୍ଷରେ ବିଜେଡି ଓଡ଼ିଶାକୁ ଜମି, କୋଇଲା, ବାଲି ଓ ଖଣି ମାଫିଆଙ୍କ ଦେଇଛି । ତାମିଲ ବାବୁ କାହିଁକି ରତ୍ନଭଣ୍ଡାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନକରି ଚାପି ଦେଲେ? ଓଡ଼ିଶାରେ ବିଜେପି ସରକାର ଆସିଲେ, ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟର ଯାଂଚ କରାଯିବ । ଯାଂଚ ପରେ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ କହିବାର ସ୍ୱାଧୀନତା ନାହିଁ କି କାହାକୁ ଭେଟିବାର ସ୍ୱାଧୀନତା ନାହିଁ । ତାମିଲବାବୁଙ୍କୁ ଓଡ଼ିଶାରୁ ହଟାଇବାକୁ ହେଲେ ବିଜେପିକୁ ଓଡ଼ିଶାବାସୀ ବହୁମାତ୍ରାରେ ନିଜର ମତଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ।
ବିଜେପି ସରକାର ଆସିଲେ ସୁଭଦ୍ରା ଯୋଜନାରେ ଓଡ଼ିଶାରେ ପ୍ରତି ମହିଳାଙ୍କୁ ୫୦ହଜାର ଟଙ୍କାର ଭାଉଚର୍ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଗରିବ ଲୋକଙ୍କୁ ଘର ଦେଉଛନ୍ତି, ଚାଉଳ ଦେଉଛନ୍ତି, ଲକ୍ଷେ ୬୦ହଜାର ଘରକୁ ପାଣି ଯୋଗାଇଛନ୍ତି । ଏହାଛଡା କିଷାନସମ୍ମାନ ନିଧି ବାବଦରେ ପ୍ରତି କୃଷକଙ୍କ ଖାତାକୁ ସିଧାସଳଖ ୬ହଜାର ଟଙ୍କା ପଠାଉଛନ୍ତି । ଏଣୁ ବିଜେପିକୁ ଭୋଟ ଦେଇ ବିଜୟୀ କରିବାକୁ ଶ୍ରୀମତୀ ଇରାନୀ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶାର ବିକାଶକୁ ଶିଖର ସ୍ତରରେ ପହଂଚାଇ ଦେଶର ଅନ୍ୟତମ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସଂକଳ୍ପବଦ୍ଧ । ମୋଦି ଗ୍ୟାରେଂଟି ଆସିବ, ଓଡ଼ିଶାର ବିକାଶ ଦ୍ୱିଗୁଣିତ ହେବ ବୋଲି ଶ୍ରୀମତୀ ଇରାନୀ ଦୃଢ଼ତାର ସହ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking