ମୁମ୍ବାଇ : ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀକୁ ଡ୍ରଗ୍ସ ବିଜନେସ୍ ମାମଲାରେ ଏନସିବି ଗିରଫ କରିଥିଲା । ଏବେ ଧୀରେ ଧୀରେ ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରୁ ପରଦା ଉଠୁଛି । ଆଜି ମୁମ୍ବାଇସ୍ଥିତ ଏନସିବି ଅଫିସରେ ହାଜର ହୋଇଛନ୍ତି ବଲିଉଡ ଦୀଭା ଦୀପିକା ପାଦୁକୋନ । ଆଜି ଦୀପିକାଙ୍କ ସହ ତାଙ୍କ ମ୍ୟାନେଜରକୁ ସାମ୍ନାସାମ୍ନି ବସାଇ ଜେରା କରିପାରେ ଏନସିବି ।
ଗୋଆରେ ଥିବା ପାଦୁକୋନ୍ ସ୍ବାମୀ ରଣବୀର ସିଂହଙ୍କ ଗୁରୁବାର ଦିନ ମୁମ୍ବାଇରେ ପହଞ୍ଚିଥିଲେ। ବୁଧବାର ଦିନ ତାଙ୍କୁ ‘ଏନ୍ବିସି’ ସମନ୍ ଦେଇଥିଲା। ସେଦିନ ଶ୍ରଦ୍ଧା କପୁର, ସାରା ଅଲି ଖାଁ ଏବଂ ରାକୁଲ ପ୍ରୀତ୍ ସିଂହଙ୍କୁ ମଧ୍ୟ ସମନ କରାଯାଇଥିଲା।ଶୁକ୍ରବାର ଦିନ ଦୀପିକା ପାଦୁକୋନ୍ଙ୍କ ମ୍ୟାନେଜର୍ କରିଶ୍ମା ପ୍ରକାଶ ଏବଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର୍ ଶ୍ରୁତି ମୋଦୀଙ୍କୁ ମଧ୍ୟ ପଚରାଉଚୁରା କରାଯାଇଥିଲା। ପ୍ରକାଶଙ୍କୁ ପୁଣି ଶନିବାର ଦିନ ହାଜର ହେବାକୁ ସମନ ଦିଆଯାଇଛି।