ବଡ଼ ଖବର : ଆଜି ୩୦ ଜିଲ୍ଲାରୁ ୪୩୫୬ ପଜିଟିଭ

ଭୁବନେଶ୍ୱର : ଆଜି ରାଜ୍ୟର ୩୦ ଜିଲ୍ଲାରୁ ପୁଣି ନୂଆ ୪୩୫୬ ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୨୫୨୯ଟି କେସ୍ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛି । ଅନ୍ୟ ୧୮୧୭ଟି କେସ୍ ସ୍ଥାନୀୟ ମାମଲା ଭାବେ ଚିହ୍ନଟ ହୋଇଛି । ଏହାରି ମଧ୍ୟରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୪୫୨କୁ ବୃଦ୍ଧି ପାଇଛି । ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍ ରୁ ୪୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ମୋଟ ୨ଲକ୍ଷ ୫ ହଜାର ୪୫୨ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୧,୬୫,୪୩୨ ଜଣ ସଂକ୍ରମିତ କରୋନାକୁ ହରାଇ ସୁସ୍ଥ ହୋଇ ଫେରିଛନ୍ତି । ଏବେ ରାଜ୍ୟରେ ୩୯,୧୮୪ ଜଣ ଆକ୍ଟିଭ କେସ୍ ଭାବେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here