33.1 C
Bhubaneswar
Friday, April 26, 2024
Homeଓଡିଶାଅର୍ଥନୈତିକ ସର୍ଭେ  ରିପୋର୍ଟ : ରାଜ୍ୟରେ ହ୍ରାସ ପାଇଛି ଅଭିବୃଦ୍ଧି ହାର

ଅର୍ଥନୈତିକ ସର୍ଭେ  ରିପୋର୍ଟ : ରାଜ୍ୟରେ ହ୍ରାସ ପାଇଛି ଅଭିବୃଦ୍ଧି ହାର

ଭୁବନେଶ୍ୱର: ରାଜ୍ୟ ବଜେଟ୍ ପୂର୍ବରୁ ବିଧାନସଭାରେ ଉପସ୍ଥାପନ ହେଲା ୨୦୧୯-୨୦ ପାଇଁ ଅର୍ଥନୈତିକ ସର୍ଭେ  ରିପୋର୍ଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ରାଜ୍ୟର ଅଭିବୃଦ୍ଧି ହାର କମିଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି  ।
ଏହି ରିପୋର୍ଟ ଅନୁସାରେ ରାଜ୍ୟର ଅଭିବୃଦ୍ଧି ହାର ହ୍ରାସ ପାଇଛି । ଗତ ବର୍ଷ ରାଜ୍ୟର ଅଭିବୃଦ୍ଧି ହାର ୭.୯୦ ଥିବା ବେଳେ ଚଳିତ ସର୍ଭେରେ ଏହା ୬.୧୬କୁ ହ୍ରାସ ପାଇଥିବା ଉଲ୍ଲେଖ ରହିଛି । ଫନି ବାତ୍ୟା ଜନିତ  କ୍ଷୟକ୍ଷତି ଏବଂ କୃଷି ଉତ୍ପାଦନ ହ୍ରାସ  ଯୋଗୁଁ ଅର୍ଥନୀତି ମନ୍ଥର ହେବା ଫଳରେ  ଅଭିବୃଦ୍ଧି ହାର କମିବ ବୋଲି ରିପୋର୍ଟରେ କୁହାଯାଇଛି ।  ଗତବର୍ଷ ଖଣି ଓ ନିର୍ମାଣ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି । ଜାତୀୟ ଅର୍ଥନୀତିରେ ମଧ୍ୟ ଅଭିବୃଦ୍ଧି ହାର ୫% ପ୍ରତିଶତ ହ୍ରାସ ପାଇବ ବୋଲି ଆକଳକ କରାଯାଉଛି ।
୨୦୧୮-୧୯ରେ ମୁଣ୍ଡପିଛା ଆୟ ଥିଲା ୯୫ ହଜାର ୧୬୪ ଟଙ୍କା । ୨୦୧୯-୨୦ରେ ରାଜ୍ୟର ମୁଣ୍ଡପିଛା ଆୟ ୧ ଲକ୍ଷ ୧ ହଜାର ୫୮୭ ଟଙ୍କା ରହିଛି । ୨୦୧୯-୨୦ରେ ଜାତୀୟ ମୁଣ୍ଡପିଛା ଆୟ ୧ ଲକ୍ଷ ୩୫ ହଜାର ୫୦ ଟଙ୍କା ରହିଥିବା ରିପୋର୍ଟରୁ ଜଣାପଡ଼ିଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking