42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବିଶ୍ୱରେ ପାଳିତ ହେବ ଆର୍ଥ ଆୱାର : ଗୋଟିଏ ଘଂଟା ପାଇଁ ବିଜୁଳି ବନ୍ଦ ରଖିବା...

ବିଶ୍ୱରେ ପାଳିତ ହେବ ଆର୍ଥ ଆୱାର : ଗୋଟିଏ ଘଂଟା ପାଇଁ ବିଜୁଳି ବନ୍ଦ ରଖିବା ପାଇଁ ଆହ୍ୱାନ

ନୂଆଦିଲ୍ଲୀ : ପୃଥିବୀ ପାଇଁ ଗୋଟିଏ ଘଣ୍ଟା । ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା, ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱରେ ପାଳିତ ହେବ ଆର୍ଥ ଆୱାର । ଜଳବାୟୁ ପରିବର୍ତନର ଆହ୍ୱାନ ଏବଂ ଶକ୍ତି ସଞ୍ଚୟର ବାର୍ତ୍ତା ନେଇ ଆର୍ଥ ଆୱାର ପାଳିତ ହେଉଛି । ଏହି ଅଭିଯାନକୁ ସମର୍ଥନ କରି ନିଜ ଘରେ ଓ ଅଫିସ କାର୍ୟ୍ୟାଳୟ ଗୁଡ଼ିକରେ ଗୋଟିଏ ଘଂଟା ପାଇଁ ବିଜୁଳି ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସର ଆଲୁଅ ବନ୍ଦ ରଖିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେହିପରି ଏହି ଅଭିଯାନରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ପ୍ରତିବର୍ଷ ମାର୍ଚ୍ଚ ମାସର ଅନ୍ତିମ ଶନିବାରଏହି ଆର୍ଥ ଆୱାର ପାଳିତ ହୋଇଆସୁଛି । ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନୀରେ ଲୋକମାନେ ଘଣ୍ଟାଏ କାଳ ଲାଇଟ ବନ୍ଦ ରଖି ଏହାକୁ ପାଳନ କରିଥିଲେ । ଆଉ ୨୦୦୮ ମସିହା ପରଠାରୁ ଏହାକୁ ବିଶ୍ୱସ୍ତରରେ ପାଳନ କରାଯାଇଛି । ୨୦୧୦ ମସିହାରେ ଆମେରିକାରେ ଏହାକୁ ସମର୍ଥନ ମିଳିଥିଲା । ୨୦୧୬ ମସିହାରେ ମୁମ୍ବାଇରେ ଆର୍ଥ ଆୱାର ସମୟରେ ୮୦ ମେଗାୱାଟ ବିଜୁଳି ବଞ୍ଚିିପାରିଥିଲା । ୨୦୧୦ ମସିହାରୁ ରାଜ୍ୟରେ ଆର୍ଥ ଆୱାର ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆର୍ଥ ଆୱାର ପାଳନ କରିବା ସହ ଅନ୍ୟମାନଙ୍କୁ ଏହାକୁ ପାଳିବାକୁ ବାର୍ତ୍ତା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking