42.1 C
Bhubaneswar
Saturday, April 27, 2024
Homeଓଡିଶାବିଜେଡି ବି ସବୁ ଆସନରେ ଏକା ଲଢ଼ିବ : ପ୍ରଣବ ପ୍ରକାଶ ଦାସ

ବିଜେଡି ବି ସବୁ ଆସନରେ ଏକା ଲଢ଼ିବ : ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ଜାରି ରହିଥିବା ଚର୍ଚ୍ଚାରେ ଉଭୟ ବିଜେପି ଓ ବିଜେଡି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ବିଜେପି ରାଜ୍ୟରେ ଏକାକୀ ସବୁ ଲୋକସଭା ଓ ବିଧାନସଭାରେ ଲଢ଼ିବ ବୋଲି ଘୋଷଣା କରିବା ପରେ ବିଜେଡି ମଧ୍ୟ ଅନୁରୂପ ଘୋଷଣା କରିଛି। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ନିଜର ଏକ୍ସ ହ୍ୟାଣ୍ଡଲରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜ ଏକ୍ସ ହ୍ୟାଣ୍ଡଲରେ ଲେଖିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ରାଜ୍ୟବାସୀଙ୍କ ଆସ୍ଥାରେ ବିଜେଡି ରାଜ୍ୟର ସେବା କରି ଆସୁଛି ଓ ଏବେ ସବୁ କ୍ଷେତ୍ରରେ ରୂପାନ୍ତରୀକରଣ ହୋଇଛି ଯାହା କେବେ ଆଗରୁ ହୋଇନଥିଲା। ଓଡ଼ିଶାବାର ଲୋକମାନଙ୍କ ସହାୟତାରେ ବିଜେଡି ସମସ୍ତ ୧୪୭ଟି ବିଧାନସଭା ଆସନ ଓ ୨୧ ଲୋକସଭା ଆସନରେ ଲଢ଼ିବ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତୃତୀୟ ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବୁ। ରାଷ୍ଟ୍ର ନିର୍ମାଣ ପାଇଁ ଆବଶ୍ୟକ ସଂଘୀୟ ସହଭାଗିତା ଓ ରାଷ୍ଟ୍ରନୀତିର ବାସ୍ତବ ଭାବନା ଆଧାରରେ ବିଜେଡି ଓଡ଼ିଶାର ଲୋକ ଓ ସେମାନଙ୍କ କଲ୍ୟାଣକୁ ସର୍ବଦା ଦୃଷ୍ଟିରେ ରଖି ନିଷ୍ପତ୍ତି ନେବା ଜାରି ରଖିବ।ନବୀନ ଓଡ଼ିଶା ଓ ସଶକ୍ତ ଓଡ଼ିଶା ହେଉଛି ଆମର ଲକ୍ଷ୍ୟ ଓ ଆମର ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହାକୁ ହାସଲ କରିବା ମାର୍ଗରେ ରହିଛୁ ବୋଲି ଶ୍ରୀ ଦାସ କହିଛନ୍ତି।ବିଜେଡି ସଂଗଠନ ସମ୍ପାଦକ ଶ୍ରୀ ଦାସଙ୍କ ଏହି ସ୍ପଷ୍ଟୀକରଣ ପରେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ମେଂଟ ହେଉନଥିବା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking